ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଘରୋଇ ବିଜ୍ଞାନ ମହାବିଦ୍ୟାଳୟ ଟେଟ୍ରାହେଡ୍ରନ ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମିତ କ୍ୟାମ୍ପସ ପରିସରରେ ଆୟେଜିତ ଏହି ଶିବିରରେ ଟେଟ୍ରାହେଡ୍ରନ ସମେତ ସ୍ଥାନୀୟ ଟାଙ୍ଗୀ, ବିଶ୍ୱନାହାକାଣୀ ଓ ଶଙ୍କରପୁର(ଗୋଖଲେ) ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଟେଟ୍ରାହେଡ୍ରନ ଗ୍ରୁପ୍ର ଅଧ୍ୟକ୍ଷ ତ୍ରିଦେବ ବେହେରା ଓ ସହଧର୍ମିଣୀ ଅଧ୍ୟାପିକା ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ ମୋଟ ୧୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସାମାଜିକ କର୍ମୀ ତାପସ କୁମାର ମଲ୍ଲିକ ଓ ଶିଳ୍ପପତି ବିଚିତ୍ରାନନ୍ଦ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ରକ୍ତଦାତା ଜୀବନଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଜନିତ ଅଭାବ ଦୂରୀକରଣ ନିମନ୍ତେ ମହାବିଦ୍ୟାଳୟ ପକ୍ଷରୁ ବର୍ଷକୁ ୪ଥର ଶିବିର ଆୟୋଜିତ ହେବବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ଦେଇଥିଲେ ।