ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ

ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ


କଟକ(ଏନ୍‌.ଏମ୍‌.): ଟ୍ୟାକ୍ସ ଫାଙ୍କିବା ପାଇଁ ବେଆଇନ କାର୍ଯ୍ୟ ଚାଲିଥିବାବେଳେ କମିଶନରେଟ ପୁଲିସ ହାତରେ ଧରାଡ଼ିଛି । ସୁନା ବ୍ୟବସାୟ କ୍ଷେତ୍ରରେ ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ କିଭଳି ଚୋରାରେ ସୁନା ଅଳଙ୍କାର ଆଣି କଟକରେ ବ୍ୟବସାୟ କରୁଥିଲେ ଆଜି ସେ ସମ୍ପର୍କରେ କମିଶନରେଟ ପୁଲିସ ପର୍ଦ୍ଦା ଫାସ କରିଛି । ପଞ୍ଜାବରୁ ବ୍ୟାପକ ପରିମାଣର ସୁନା ଅଳଙ୍କାର ଆସି କଟକର ବିଭିନ୍ନ ସୁନା ଦୋକାନରେ ବିକ୍ରି ହେଉଥିଲା । ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସଟି ତଥା ଟ୍ୟାକ୍ସ ଦେବାକୁ ପଡ଼ୁ ନଥିଲା । ଜିଏସଟି ଫାଙ୍କିବା ପାଇଁ ଅଭିଯୁକ୍ତ ମାନେ ଟ୍ରେନରେ ସୁନା ଆଣୁଥିଲେ । ଟ୍ରେନରେ କୌଣସି ଧରପଗଡ଼ ନଥିବାରୁ ଦୀର୍ଘ ଦିନ ଧରି ଏହି ବ୍ୟବସାୟ ଚାଲିଥିଲା । ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୀର୍ଘ ଦିନ ହେବ ଏହି କାରବର ପଛର ମାଷ୍ଟର ମାଇଣ୍ଡକୁ ଧରିବାକୁ କମିଶନରେଟ ପୁଲିସ୍ ଜାଲ ବିଛାଇଥିଲା । ଶେଷରେ ଆଜି ଷ୍ଟେସନ ବଜାର ଅଞ୍ଚଳରୁ ରଞ୍ଜନ ସାହୁଙ୍କ ନିକଟରୁ ୨ କେଜି ୨୯ ଗ୍ରାମ ମିକ୍ସଡ ଗୋଲ୍ଡ ଜବତ ହୋଇଛି । ପଞ୍ଜାବର ଅମୃତସରରୁ ଗୁରୁଜିତ ସିଂ, ମନପ୍ରିତ ସିଂ ଟ୍ରେନ୍ ଯୋଗେ ରଞ୍ଜନଙ୍କୁ ସୁନା ଦେବାକୁ ଆସିଥିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପୁନଶ୍ଚ ସେମାନଙ୍କ ଠାରୁ ୨୭, ୮୦୦ ଗୋଲଡ ପ୍ଲେଟେଡ ଅଳଙ୍କାର ବି ମିଳିଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇ ନଥିବାବେଳେ ସେମାନଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଚାଲିଛି ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ଏନେଇ କଟକ ଡିସିପିଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ‘ବାହାରୁ ସୁନା ଆସି କଟକରେ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା । ହେଲେ କିଛି ସନ୍ଧାନ ମିଳି ପାରୁ ନଥିଲା । ଦୀର୍ଘ ଦିନର ଖୋଳତାଡ଼ ପରେ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇ ୨କେଜି ୨୯ ଗ୍ରାମ ମିକ୍ସଡ ଗୋଲ୍ଡ ମିଳିଛି । ୨ଜଣ ବ୍ୟକ୍ତି ଅମୃତସରରୁ ସୁନା ନେଇ ଟ୍ରେନ ଯୋଗେ କଟକ ଆସୁଥିଲେ । ଏଠାରେ ବିଭିନ୍ନ ସୁନା ଦୋକାନୀଙ୍କୁ ବିନା ଟ୍ୟାକ୍ସରେ ସୁନା ଦେଉଥିଲେ । ଏହି କାରବାର ସମୟରେ ଆନ୍ତରାଜ୍ୟ ଜିଏସଟି ସହ ଟ୍ୟାକ୍ସ ଫାଙ୍କୁଥିଲେ ବ୍ୟବସାୟୀ । ଜିଏସଟି ଅଧିକାରୀ ଆସି ଯାଞ୍ଚ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ୩ ଲକ୍ଷ ୨୩ ହଜାର ଫାଇନ୍ ଆଦାୟ ହୋଇଛି । ଅଧିକ ଯାଞ୍ଚ ଚାଲିଛି’ । ସେହିଭଳି ଆନ୍ତରାଜ୍ୟ ଟିକସ ଫାଙ୍କି ଏହି ସୁନା କାରବାର ଚାଲିଥିଲା । ଅଭିଯୁକ୍ତଙ୍କ ଉପରେ ୧ ଲକ୍ଷ ୬୫,୭୨୯ ଟଙ୍କା ଫାଇନ୍ ହୋଇଥିବା ବେଳେ ତାହାର ୧୦୦ ପ୍ରତିଶତ ପେନାଲଟି ବି ଆଦାୟ ହୋଇଛି । ସମୁଦାୟ ୩ ଲକ୍ଷ ୨୩ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ଅଭିଯୁକ୍ତମାନେ ସବୁ ଅର୍ଥ ପେମେଣ୍ଟ କରି ଦେଇଛନ୍ତି । ଆଗକୁ ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ଜିଏସଟି ଅଧିକାରୀ କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ