ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ

ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ

ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଗୋଟିଏ ଟାଟା ଏସିରେ କିଛି ପାଇପ ଲୋଡ଼ ହୋଇ ଆସୁଥିବାବେଳେ ହଠାତ ପାଇପଗୁଡ଼ିକ ଗାଡ଼ିରୁ ଖସି ପଡ଼ିବା ଯୋଗୁଁ ଆସନ୍ନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବାଇକ ଓ ଅଟୋ ଆରୋହୀ । ରାସ୍ତାଉପରେ ପାଇପଗୁଡ଼ିକୁ ବିଛୁଡ଼ି ପଡ଼ିଥିବାବେଳେ ସେହିବାଟ ଦେଇ ଯାଉଥିବା ଅଟୋ ଓ ବାଇକ ଆରୋହୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ଘଟିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ୧୬ନମ୍ବର ଜାତୀୟ ରାଜପଥ ମଧୁପାଟଣା ଥାନା ଅନ୍ତର୍ଗତ ରେଲୱେ ଓଭରବ୍ରିଜ ତଳେ । ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ‘ଓଡ଼ି୦୫ଏଜେ ୮୭୧୯’ନମ୍ବର ବିଶିଷ୍ଟ ଏକ ଟାଟାଏସିର ଛାତ ଉପରେ ଲୁହା ପାଇପ ଲୋଡ ହୋଇ ଆସୁଥିଲା । ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଏହି ଟାଟାଏସିଟି ଓଭରବ୍ରିଜର ଗଢ଼ାଣିଆ ରାସ୍ତାରେ ଆସିବା ସମୟରେ ଉପରେ ଥିବା ପାଇପଗୁଡ଼ିକ ସାମ୍ନା ପଟକୁ ଅଜାଡ଼ି ହୋଇ ପଡ଼ିଥିଲା । ତେବେ ସେହି ରାସ୍ତାଦେଇ ଯାଉଥିବା କିଛି ବାଇକ ଆରୋହୀ ଓ ଅଟୋ ଚାଳକ ଏଭଳି ପାଇପ ଖସିବା ଦେଖି ଅଚାନକ ରହିଯାଇଥିଲେ । ଯାହାଦ୍ୱାରାକି ହେବାକୁ ଥିବା ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ତେବେ ଘଟଣା ଘଟିବା ପରେ ଖବର ପାଇ ସ୍ଥାନୀୟ ମଧୁପାଟଣା ଥାନା ପୁଲିସ ଉକ୍ତ ଟାଟାଏସିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ