ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍‌)ର ବିକ୍ଷୋଭ

ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍‌)ର ବିକ୍ଷୋଭ

ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍‌)ର ବିକ୍ଷୋଭ


ଟାଙ୍ଗୀ(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ମିଳୁଥିବା ରାସନ୍ ସାମଗ୍ରୀ ବଣ୍ଟନରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହୋଇଛି । ଯୋଗ୍ୟ ତଥା ଫନି ସହାୟତା ପାଇଥିବା ବ୍ୟକ୍ତି ଆବାସ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଅଯୋଗ୍ୟ ତଥା କୋଠାଘର ବାଲାଙ୍କ ନାମ ତାଲିକାରେ ସ୍ଥାନ ପାଇଛି । ସେହିପରି କମ୍ପ୍ୟୁଟର ତ୍ରୁଟି ଦର୍ଶାଇ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାମ କଟିଯାଉଛି । ଏଭଳି ଅଭିଯୋଗ ସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ତାଲିକାଭୁକ୍ତ କରିବା ଦାବିରେ ସିପିଆଇ(ଏମ୍‌) ଟାଙ୍ଗୀ-ଚୌଦ୍ୱାର ଆଞ୍ଚଳିକ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ତଥା ପ୍ରତିବାଦ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସିପିଆଇ(ଏମ୍‌) ନେତା ଡମ୍ବରୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସମିତି ସଭ୍ୟ ରମେଶ ବେହେରା, ମଳୟ ପୃଷ୍ଟି, ରଶ୍ମିରଞ୍ଜନ ତ୍ରିପାଠୀ, ଆଦିବାସୀ ନେତା ଚନ୍ଦ୍ରମୋହନ ମାଝି ଓ ନାରୀନେତ୍ରୀ ଜୟନ୍ତୀ ଗାଗରାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦାବି ପୂରଣ ନହେଲେ ବିଧାନ ସଭା ଅଧିବେଶନ ସମୟରେ ଲଗାତର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦିଆଯିବବୋଲି ସମ୍ପାଦକ ବିଷ୍ଣୁ ବେହେରା ସୂଚନା ଦେଇଥିଲେ । ଶେଷରେ ଏକ ପ୍ରତିନିଧିମଣ୍ଡଳୀ ବିଡ଼ିଓ ବିନୋଦ କୁମାର ସେନାପତି ଓ ବ୍ଲକ ଯୋଗାଣ ନିରୀକ୍ଷକ ବିବେକାନନ୍ଦ ସାହୁଙ୍କ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନିମନ୍ତେ ଏକ କମିଟି ଗଠନପୂର୍ବକ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ବିଡ଼ିଓ ଶ୍ରୀ ସେନାପତି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶଥାଉକି୨୦୨୨ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ମହାମାରୀ କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପଡ଼ିଥିବା ଉକ୍ତ ଯୋଜନାର ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତି କାର୍ଯ୍ୟ ଜୋରଦାର ହୋଇଥିବାରୁ ତାଲିକାରୁ ବାଦ୍ ପଡ଼ିଥିବା ବହୁ ହିତାଧିକାରୀ ଧାରଣାରେ ସାମିଲ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ