ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ

ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ

ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ମାଣାଧୀନ ଗୋଦାମ ଘର ବାରଣ୍ଡାରେ ଗତ ୫ତାରିଖରେ ଘଟିଥିବା ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଚୌଦ୍ୱାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ଢେଙ୍କାନାଳ ଜିଲ୍ଲା ନିହାଲ ପ୍ରସାଦ ଥାନା ଫୁଲିଝରଣ ଗ୍ରାମର ରାଜୁ ମେରେଲ (୨୮) ବୋଲି ଜଣାପଡ଼ିଛି । ତା ନିକଟରୁ ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀ ଧାର କରାଯାଉଥିବା ଫାଇଲ ଜବତ କରା ଯାଇଛି । ତେବେ ମୃତକଙ୍କ ସହିତ ରାଜୁ ଜରିଗୋଟାଇ ଚଳିଥାନ୍ତି । ତେବେ ମୃତକ ଜରି ଗୋଟାଇ ବିକ୍ରି କରି ରଖିଥିବା ଟଙ୍କାକୁ ନେବା ପାଇଁ ସାଥି ରାଜୁ ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଥାନା ଆଇଆଇସି ସସ୍ମିତା ଖିଲାରଙ୍କ ସୂଚନା ଅନୁଯାୟୀ ଚଳିତ ମାସ ଗତ ୫ ତାରିଖ ସୋମବାର ଦିନ ଅବକାରୀ ବିଭାଗର ନିର୍ମାଣାଧୀନ ଗୋଦାମ ଘର ବାରଣ୍ଡାରୁ ସୁନାରାମ ହେମ୍ବ୍ରମ ନାମକ ଜରି ଗୋଟାଳିର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଥିଲା । ତାଙ୍କୁ କେହି ହତ୍ୟାକରିଥିବା ସୁନାରାମଙ୍କ ଝିଅ ଟୁନୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଜୋନ-୧ ଏସିପି ଅରୁଣ ସ୍ୱାଇଁ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିଲେ । ଅଭିଯୁକ୍ତ ରାଜୁ ଘଟଣା ପରଠାରୁ ଫେରାର ଥିବା ବେଳେ ସେ ସ୍ଥାନୀୟ ବଧି ଶ୍ମଶାନରେ ଆତ୍ମଗୋପନ କରିଥିବା ଖବରପାଇ ଆଜି ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ତାକୁ ଧରିଥିବା ବେଳେ ସେ ସମସ୍ତ ଘଟଣାକୁ ସ୍ୱୀକାର କରିଥିବା ଆଇଆଇସି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ରାଜୁ ଓ ସୁନାରାମ ପେଷାରେ ଜରିଗୋଟାଳି ଥିଲେ । ସୁନାରାମଙ୍କ ପାଖରେ ଥିବା ପଇସାକୁ ହଡପ କରିବା ପାଇଁ ରାଜୁ ଏକ ଛୁରି ଧାର କରା ଫାଇଲ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା । ପୂର୍ବରୁ ରାଜୁ ଏକ ଅପରାଧିକ ମାମଲାରେ ଜେଲରେ ଥିବା ବେଳେ ନିକଟରେ ଜେଲରୁ ବାହାରି ଥିଲା ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ