ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ

News by B. Mishra (Brajarajnagar)

#ବ୍ରଜରାଜନଗର(ଏନ୍‌.ଏମ୍‌.): ଗୁଳିକାଣ୍ଡରେ ଆଖିବୁଜିଥିବା ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ପଞ୍ଚଭୂତରେ ଲୀନ ହୋଇ ଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ଜୁଇ ଜଳୁଥିବାବେଳେ ସମସ୍ତ ଆଖିରୁ ଝରି ପଡ଼ୁଥିଲା ଧାର ଧାର ଅଶ୍ରୁ । ଅବିଭକ୍ତ ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର ଦାସ ଝାରସୁଗୁଡ଼ାକୁ କର୍ମଭୂମୀ ଭାବେ ବାଛିଥିଲେ । ଆଉ ସେଠାରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ । ହେଲେ ଆଜି ସେ ଚିର ନିଦ୍ରାରେ । ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ସମର୍ଥକ ଓ ପରିବାର ଲୋକ । ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବା ପରେ ଝାରସୁଗୁଡ଼ା ଖେରୁଆଲ୍ ଶ୍ମଶାନରେ ଚିତା ଜଳିଥିଲା । ପୁଅ ବିଶାଳ ଦାସ ମୁଖାଗ୍ନି ଦେଇଛନ୍ତି ।
ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ ନବକିଶୋର ଦାସ । ଗତ ରବିବାର ବ୍ରଜରାଜନଗରେ ଘଟିଥିବା ଗୁଳିକାଣ୍ଡରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନବ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା । ରାତିରେ ମୃତଦେହକୁ ବିଧାନସଭାକୁ ନିଆଯାଇଥିଲା । ସେଠାରେ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ବାଚସ୍ପତିଙ୍କ ସମେତ ବିଧାୟକ ଓ ବିଧାୟକ ଶେଷଦର୍ଶନ କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ସରକାରୀ ବାସଭବନରେ ରଖାଯିବା ପରେ ଆଜି ଝାରସୁଗୁଡ଼ାରେ ପହଞ୍ଚିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ସେଠାରେ ନିଜ ପ୍ରିୟ ନେତାଙ୍କୁ ସହରବାସୀ ଶେଷ ଦର୍ଶନ କରିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର କରାଯାଇଥିଲା । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ସେଠାରେ ନବ ଦାସଙ୍କ ପାର୍ôଥବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ମୃତଦେହକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବିଜେଡିର ପ୍ରମୁଖ ନେତା ମନ୍ତ୍ରୀ ଦାସଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହାପରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରୁ ନବ ଦାସଙ୍କ ମର ଶରୀରକୁ ଝାରସୁଗୁଡ଼ା ନିଆଯାଇଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ପରେ ନବ ଦାସଙ୍କୁ ନେଇ ଯାଉଥିବା ବିମାନ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିଥିଲା । ସେଠାରେ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିବାକୁ ଏୟାରପୋର୍ଟ ଲୋକାରଣ୍ୟ ହୋଇ ଉଠିଥିଲା । ଏହାପରେ କଡ଼ା ସୁରକ୍ଷା ବଳୟରେ ନବ ଦାସଙ୍କ ପାର୍ôଥବ ଶରୀରକୁ ୧ ନମ୍ବର ଗେଟ୍ ଦେଇ ବାହାରକୁ ନିଆଯାଇଥିଲା । ସେଠାରୁ ଏକ ଆମ୍ବୁଲାନ୍ସରେ ମୃତଦେହକୁ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନ ଅଭିମୁଖେ ନିଆଯାଇଛି । ସେଠାରେ ଝାରସୁଗୁଡ଼ାବାସୀ ନିଜ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବେ । ଏହାପରେ ମୃତଦେହକୁ ରାଲିରେ ସହର ପରିକ୍ରମା କରାଯିବ । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନବ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ନବ ଦାସଙ୍କ ବିୟୋଗରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ନହେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ