ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ଝାରସୁଗୁଡ଼ାରେ ଉପନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ଆସନ୍ତା ମେ’ ମାସ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ହେବା ସହ ୧୩ ତାରିଖରେ ଭୋଟ ଗଣତି ହେବ । ଏନେଇ ଏପ୍ରିଲ ୧୩ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପ୍ରାର୍ôଥପତ୍ର ଦାଖଲ କରିବେ । ୨୧ ତାରିଖରେ ପ୍ରାର୍ôଥପତ୍ର ଯାଞ୍ଚ ହେବ । ୨୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସୁଯୋଗ ରହିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ୨ ଲକ୍ଷ ୨୧ ହଜାର ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ଲକ୍ଷ ୧୦ ହଜାର ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ଅଛନ୍ତି । ତେବେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଥିଲା । ତେଣୁ ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା । ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ସ୍ୱର୍ଗତ ଦାସ ବିଜେଡିର ଜଣେ ଟାଣୁଆ ନେତାଥିବାବେଳେ ତାଙ୍କ ଅବର୍ତ୍ତମାନରେ ଦଳ କାହାକୁ ଟିକେଟ ଦେବ ସେ ନେଇ ସମସ୍ତ ରାଜନୈତିକ ଦଳର ନଜର ରହିଛି । ତେବେ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି କ୍ଷଣ ପରେ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି । କଂଗ୍ରେସ ୫ ଜଣିଆ ଟିମ ଗଠନ କରିଛି । ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଟିମର ରିପୋର୍ଟ ଆସିବା ପରେ ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏଥର ମଇଦାନରେ ଜୋରଦାର ଲଢ଼େଇ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ତେବେ ବିଜେପି ମଧ୍ୟ ଏହି ଉପନିର୍ବାଚନରେ ବିଜୟମୁକୁଟ ହାସଲ କରିବା ନିମନ୍ତେ ବିଭିନ୍ନ ରଣନୀତି ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ବିଜେଡ଼ି ସ୍ୱର୍ଗତ ଦାସଙ୍କ ପରିବାରକୁ କାହାକୁ ଟିକେଟ ଦେବ ନା ଆଉ କାହାକୁ ଏ ନେଇ ଅନ୍ୟଦଳରେ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ