ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ
କଟକ(ଏନ୍.ଏମ୍.): ଜନସେବାରେ ନିଜକୁ ଉସôର୍ଗ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ଜନସେବା ଆଗେଇ ଚାଲିଛି । ଏହି ସଂସ୍ଥା ସହରରେ ସେବା କରୁଥିବା ବେଳେ ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ସୂଚନାଥାଉ କି, ବାତ୍ୟା ୟାସ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷକରି ବାଲେଶ୍ୱର ଜିଲ୍ଲା ବେଶ ପ୍ରଭାବିତ ହୋଇଥିଲା । ଏଥି ସହ ଅଦିନିଆ ବନ୍ୟା ଯୋଗୁଁ ଲୋକମାନଙ୍କର ନାନାଦି ଦୁର୍ଦ୍ଦଷା ଦେଖିବାକୁ ମିଳିଛି । ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଯଥାକ୍ରମେ ତାଳପଡ଼ା, ବାସୁଦେବପୁର,ଜମ୍ବୁକା , ବାହାନଗା ଆଦି ଅଞ୍ଚଳରେ ଡଙ୍ଗାରେ ଯାତ୍ରା କରି ୧୨ଶହଟି ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ସଦସ୍ୟମାନେ । ଏଥି ସହ କରୋନା ମହାମାରୀକୁ ଏହି ବିପତ୍ତି ସମୟ କିପରି ମୁକାବିଲା କରାଯାଇ ପାରିବ ସେଇ ନେଇ ମଧ୍ୟ ଜନସଚେତନତା କରାଯାଇଥିଲା । ରାଜକୁମାର ମହାରଣା, ଗଣେଷ ସାହୁ, ମୋହିତ ଶର୍ମା , ଆଶିଷ ସାହୁ, ସ୍ୱରୂପ ଦାଶ, ରାଜା ସାହୁ, ବାଦଲ ମହାରଣା ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦାନ କରିଥିଲେ । ସଦସ୍ୟମାନଙ୍କ ଦୁଃସାହାସିକ ନୌଯାତ୍ରା କରି ପୀଡିତଙ୍କ ପାଖରେ ଖାଦ୍ୟ ପହଁଞ୍ଚାଇଥିବାରୁ ପ୍ରଭାବିତ ଅଞ୍ଚଳର ଲୋକମାନେ ବେଶ ପ୍ରଶଂସା କରିଛନ୍ତି ।