ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ

#କଟକ(ଏନ୍.ଏମ୍.): ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ଆଶ୍ରମ ପିଲାଙ୍କ ସହ ପଖାଳ ଖାଇବା ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭାବ ବିନିମୟ କରିଥିଲେ । ‘ଆମେ ଓଡ଼ିଆ, ଆମ ପଖାଳ ବଢିଆ’ ବାର୍ତ୍ତାକୁ ସଭିଙ୍କ ମୁହଁରେ ରହିବାର ଏହା ଏକ ଭିନ୍ନ ପ୍ରୟାସ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ବିଶ୍ୱ ପଖାଳ ଦିବସ ଉପଲକ୍ଷେ ସେବା ଓ ବନ୍ଧୁ ମିଳନ ମାଛୁଆ ବଜାର ଶଶିକଳା ପ୍ୟାଲେସରେ ସିଡିଏସ୍ଥିତ ରଥ ସାହୁ ସ୍କୁଲ ଆଦିବାସୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ପଖାଳ ଖାଇବାକୁ ଦିଆଯାଇଥିଲା । ଆଦିବାସୀ ପିଲାଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତମାନେ ଏକାଠି ବସିକି ଖାଇବା ସହ ସମସ୍ତଙ୍କୁ ପଖାଳ ଖୁଆଇଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା କୁନା ତ୍ରିପାଠୀ, ଅଭିଜିତ ମଜୁମଦାର, ବିରେନ୍ଦ୍ର ସାହୁ, ସନ୍ଦୀପ ରାଉତ, ଡ. ପ୍ରଭୁ ଚରଣ ମହାନ୍ତି, ଡାକ୍ତର ଉମେସ ରାୟ, ହାସ୍ୟ ଅଭିନେତା ରାଜୁ ଦାସ ଓ ଟିମ, ଲୋକରଞ୍ଜନ ମହତାବ, ଗାୟକ ତାରିକ୍ ଅଜିଜ, ରାହୁଲ ପ୍ରତ୍ୟୁଷ ମହାନ୍ତି, କ୍ଷୀରୋଦ ସାହୁ, ମହମ୍ମଦ ଇଯାଜ୍ ପଟେଲ, ସ୍ମୃତି ରଞ୍ଜନ ରାଉତ, ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଭୁଷଣ ଜେନା ପ୍ରମୁଖ ଉପସ୍ଥିତଥିଲେ ।