ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କରୋନା କଟକଣାକୁ କୋହଳ କରି ଆସନ୍ତାକାଲି ଠାରୁ ବସ୍ ଚଳାଚଳ ପାଇଁ ରାଜ୍ୟସରକାର ଅନୁମତି ଦେଇଛନ୍ତି । ତେବେ ଆଜି ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରାଯାଇଥିବା ରାଜ୍ୟସରକାର କହିଛନ୍ତି । ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଜୁଲାଇ ମାସର ଟିକସ ଦେବ ପଡ଼ିବ ନାହିଁ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ କୋଭିଡ୍ କଟକଣା ଯୋଗୁ ବସ୍ ଚଳାଚଳ ବନ୍ଦ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ପ୍ରାବଧାନ ଆଧାରରେ ଜୁଲାଇ ମାସର ଟିକସ ଛାଡ଼ କରିଛନ୍ତି । ପୂର୍ବରୁ ଏପ୍ରିଲ, ମେ’ ଓ ଜୁନ୍ ମାସର ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ