ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌): ଜିଲ୍ଲା ମତ୍ସ୍ୟ ବିଭାଗ କଟକ ତରଫରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ ହୋଇ ଯାଇଛି । ମହାନଦୀର ମୁଣ୍ଡଳୀ ନିକଟସ୍ଥ କଟକିଆସାହି ଗ୍ରାମପଞ୍ଚାୟତ ନିକଟରେ ମତ୍ସ୍ୟସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମତ୍ସ୍ୟ ଯାଆଁଳ ଛଡା ଯିବାର କାର୍ଯ୍ୟକ୍ରମ କରାଯାଇଥିଲା । ନାରାୟଣ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମା’ ମଙ୍ଗଳା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ବଘେରା, ଦାସପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ଦାସପୁରର ସମସ୍ତ ସଭ୍ୟ ବୃନ୍ଦ, କଟକିଆସାହି ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଶାସନ ସଚିବ ସୁରେଶ କୁମାର, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ ମତ୍ସ୍ୟ ନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟ ଉନ୍ନତ ମାଛ ଯାଆଁଳ ଛାଡିବାର ଆବଶ୍ୟକତା ଓ ଉପକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓଡିଶା ମତ୍ସ୍ୟ ସମବାୟ ବିକାଶ ନିଗମ ଦ୍ୱାରା ସମୁଦାୟ ୮ଲକ୍ଷ ୫୦ହଜାର ଗୋଟି ଉନ୍ନତ ମାନର ରୋହି ଭାକୁର ଏବଂ ମିରିକାଳୀର ଅଙ୍ଗୁଳିକା ଯାଆଁଳ ଉତ୍ପାଦନ ବୃଦ୍ଧି ନିମନ୍ତେ ଛଡ଼ାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକିଆସାହି ଗ୍ରାମପଞ୍ଚାୟତର ଚାରିଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ପଞ୍ଚାୟତ ପୋଖରୀରେ ମାଛଚାଷ କରିଥିବାରୁ ସେମାନଙ୍କର ସରକାରୀ ରିହାତି ରାଶିକୁ ମନ୍ତ୍ରୀ ନିଜର କରକମଳରେ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକିଆସାହି ଗ୍ରାମପାୟତର ସରପଞ୍ଚ ମାନସୀ ରାଉତ, କଟକିଆସାହି ଗ୍ରାମପାୟତର ସମିତି ସଭ୍ୟା ପ୍ରତିମା ପ୍ରଧାନ, କଟକ ଜୋନ ଉପମତ୍ସ୍ୟ ନିର୍ଦ୍ଦେଶକ ସୀମାଞ୍ଚଳ ବେହେରା, ଓଡିଶା ମତ୍ସ୍ୟ ସମବାୟ ବିକାଶ ନିଗମ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀମାନେ ଉପସ୍ଥିତ ରହି ନଦୀରେ ମତ୍ସ୍ୟ ସମ୍ପଦ ବିକାଶ ଓ ମତ୍ସ୍ୟ ସମ୍ପଦ ବୃଦ୍ଧି ସମ୍ବନ୍ଧୀୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଇତିଶ୍ରୀ ରଥ ଧନ୍ୟବାଦ ଦେଇଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ