ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା


ବଲାଙ୍ଗୀର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଫଳରେ ପୀଡ଼ିତାଙ୍କ ପରିବାରକୁ ସହାୟତା ରାଶି ଦିଆଯିବା ନିଶ୍ଚିତ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବାବେଳେ ମମିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ଜଣାପଡ଼ିଛି । ତେବେ ପରିବାରର ରୋଜଗାରିଆ ଝିଅକୁ ହତ୍ୟା କରାଯାଇଥିବାରୁ ଆର୍ôଥକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର । ଆଉ ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଅନୁଷ୍ଠିତ ପୀଡ଼ିତ ଯୋଜନା ସହାୟତା କମିଟି ବୈଠକରେ ମମିତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ଦୌରା ଜର୍ଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ କୁଶଳକର, ସିଡିଏମଓ ପ୍ରଦୀପ ଗୁରୁ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ମୋଟ ୨୬ଟି ଦରଖାସ୍ତକୁ ବିଚାରକୁ ନିଆଯାଇଥିଲା । ସେଥିମଧ୍ୟରୁ ୧୩ଟି ଦରଖାସ୍ତକୁ ଯୋଗ୍ୟ ବିବେଚନା କରାଯାଇଥିଲା ଏବଂ ମୋଟ ୨୨ ଲକ୍ଷ ୭୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ମଞ୍ଜୁର କରାଯାଇଥିଲା । ଏହି ୨୨ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟରୁ ୧୦ ଲକ୍ଷ ଟଙ୍କା ମୃତ ମମିତା ମେହେରଙ୍କ ପରିବାରକୁ ଦେବା ପାଇଁ ମଞ୍ଜୁର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କ ପ୍ରଦାନ କରାଯିବ । ମାମଲାର ବିଚାର ସରିବା ପରେ ଆଉ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ