ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ

ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସାଂସଦଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ
କଟକ (ଏନ୍.ଏମ୍.): ଜିଲ୍ଲାରେ କୋଭିଡ ପରିଚାଳନା ତଥା ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରି ପଦକ୍ଷେପ ନିଆ ଯାଉଥିବା ସମ୍ପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଦିତୀୟ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରି କାର୍ଯ୍ୟ କରାଯାଉଥିବା ସମ୍ପର୍କରେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ କହିବା ସହ ୧୧୦୦ ଗାଁ ଗ୍ରୀନ ଜୋନରେ ଥିବା ବେଳେ ୪୮ଟି ଗାଁ ରେଡ଼ ଜୋନ, ସେଠାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି, ତଥା ୬୯୪ଟି ଅରେଞ୍ଜେ ଜୋନ ଗାଁ ଯେଉଁ ଠାରେ ୦-୫% କରୋନା ରୋଗୀ ଅଛନ୍ତି ସେ ଅଂଚଳକୁ ଗ୍ରୀନ ଜୋନ କରାଯିବା ପାଇଁ ପଦକ୍ଷେପ ମାନ ନିଆଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଜିଲ୍ଲାରେ ଏକ୍ସରେ ଅନ ହୁଇଲ କାର୍ଯ୍ୟକ୍ରମ ତଥା ଆଇସି ମାଧ୍ୟମରେ ଆଶା, ଅଙ୍ଗନବାଡି କର୍ମୀ, ସରପଞ୍ଚ, ବିଡିଓ ତହସିଲଦାର, ଆଇଆଇସି ମାନଙ୍କୁ ସାମିଲ କରି କୋଭିଡ ମୁକାବିଲା ନିମନ୍ତେ ପଦକ୍ଷେପ ମାନ ନିଆଯାଉଅଛି ବୋଲି କହିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅନୀଲ କୁମାର ସାମଲ ପାଇପ ଲାଇନ ଯୋଗେ ଅମ୍ଳଜାନ ଯୋଗାଣ, ଆଇସିୟୁ କୋଭିଡ ଶଯ୍ୟା, ଭେଣ୍ଟିଲେଟର ବ୍ୟବସ୍ଥା ଆଦି ଚିକିତ୍ସା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସିଏମସି କମିଶନର ଅନନ୍ୟା ଦାସ ମହାନଗର ଅଂଚଳର ଏକଚିତ୍ର ଉପସ୍ଥାପନ କରି ସଂକ୍ରମଣ ହ୍ରାସ ପାଇଥିବା ଦର୍ଶାଇ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଠାରେ ବିଶେଷ ଭାବେ ଏହି ରୋଗ ଦେଖାଯାଉଛି ବୋଲି ଆକଳନ କରିଥିଲେ ତଥା ସାପ୍ତାହିକ ଟେଷ୍ଟିଙ୍ଗ ସମ୍ପର୍କରେ ସୂଚନା ଦେଇଥିଲେ । ଆଜିର ଏହି ବୈଠକରେ ଜିଲ୍ଳାର କରୋନାସ୍ଥିତି ସମ୍ପର୍କରେ ସାଂସଦ ଶ୍ରୀ ମହତାବ ସମୀକ୍ଷା କରିବା ସହ ଜିମସାରରେ ଆଇସି ୟୁ ଓଏଚଡିୟୁ ଶଯ୍ୟା ଖୋଲାଯିବା, ଏସସିବି ଓ ଶିଶୁ ଭବନଠାରେ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା, କରନା ଯୋଦ୍ଧାଙ୍କ ପାଇଁ ଅଗ୍ରାଧିକାର ମଧ୍ୟରେ ଟୀକାକରଣ ବ୍ୟବସ୍ଥା, ଆଶା, ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାରଙ୍କ ଘୋଷିତ ଅନୁଦାନ ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନ୍ୱୋକୁ କହିଥିଲେ । ସମଗ୍ର ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳରେ ସଂକ୍ରମଣ ହ୍ରାସ ନିମନ୍ତେ ଜନସଚେତନତା, ଆଶା କର୍ମୀଙ୍କ ଦ୍ୱାରା ଘରକୁ ଘର ସର୍ଭେ, ଟେଷ୍ଟ ସଂଖ୍ୟା ବୃଦ୍ଧି ଆଦିର ସଫଳ କାର୍ଯ୍ୟ କାରିତା ନେଇ ଅଲୋଚନା ହୋଇଥିଲା । ଜିଲ୍ଲାରେ କୋଭିଡ ଟିକାକରଣକୁ ପରିଚାଳନା ଆଦି ପ୍ରସଙ୍ଗରେ ଏହି ସମୀକ୍ଷା ସମୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଡାକ୍ତର ଉମେଶ ରାୟ ପାୱାର ପଏଣ୍ଟ ଜରିଆରେ କରୋନା ମୁକାବିଲା ତଥା ଚିକିତ୍ସା ଜନିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । କରୋନା ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସ୍ୱରୂପ ତଥା ଅଗ୍ରଗତିର ସ୍ଥିତିର ସମୀକ୍ଷା କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୋଭିଡ ପରବର୍ତ୍ତୀ ଚିକିତ୍ସା, ବ୍ୟାପକ ଟିକାକରଣ କେନ୍ଦ୍ର ଖୋଲାଯିବା, ରେଡ୍ ଜୋନ ମାନଙ୍କରେ ଏନଫୋର୍ସ ମେଣ୍ଟ କଡାକଡି କରିବା ତଥା ଆଶା ଅଙ୍ଗନବାଡି କର୍ମୀମାନଙ୍କର ସୁରକ୍ଷା, ପିପିଇ କୀଟ ପ୍ରଦାନ ସମ୍ପର୍କରେ ଆଲୋକପାତ କରି ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଓ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କୁ କହିଥିଲେ । ରାଜ୍ୟସଭା ସାଂସଦ ସୁବାଷ ସିଂ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଇଂ.ମହମ୍ମଦ ମୋକିମ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ଭର୍ଚ୍ଚୁଆଲ ବୈଠକରେ ଯୋଗଦେଇ ନିଜ ନିଜ ଅଞ୍ଚଳରେ ଟିକାକରଣ, ଟେଷ୍ଟିଙ୍, କୋଭିଡ ପରବର୍ତ୍ତୀ ଚିକିତ୍ସା, ଆଶା କର୍ମୀଙ୍କୁ ହୋମ ଆଇସୋଲେଶନ ସମୟରେ ପ୍ରତ୍ୟେହ ପିପିଇ କିଟ୍ ପ୍ରଦାନ, ସମ୍ଭାବ୍ୟ ତୃତୀୟ ଲହାରୀକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା, ଚିକିତ୍ସା ତଥା ଡାକ୍ତର ଓ ଶିଶୁ ଆଇସିୟୁ ଶଯ୍ୟା ବ୍ୟବସ୍ଥାକୁ ବ୍ୟାପକ କରିବା ଏବଂ ମ୍ୟୁକୋରମାୟସିସ ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରି କୋଭିଡ ପରିଚାଳନା ନିମନ୍ତେ ନିଆଯିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସାଂସଦଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଏହି ଭର୍ଚ୍ଚୁଆଲ ବୈଠକରେ ମୁଖ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ,ଏସପି ବି. ଯୁଗଳ କିଶୋର,ପିଡି ଡିଆରଡିଏ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ