ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ


କଟକ(ଏନ୍‌.ଏମ୍‌.): ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଆଜି ଜିଲ୍ଲାର ବଡମ୍ବା ଏବଂ ନରସିଂହପୁର ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ କମଳାଡିହ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଏସବିଆଇ ବ୍ରାଞ୍ଚ ଖୋଲାଯିବା ନିମନ୍ତେ ସ୍ଥାନ ବୁଲି ଦେଖିଥିଲେ । ସେଠାରେ ଖୁବଶୀଘ୍ର ବାଣିଜ୍ୟିକ ବ୍ୟବସ୍ଥାର ଅଧିକ ଉନ୍ନତି ସହିତ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଉପରେ ଜିଲ୍ଳାପାଳ ଶ୍ରୀ ଚୟନୀ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ନରସିଂପୁର ଏ.ଏନ. ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତର ପ୍ରକ୍ରିୟା କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ନରସିଂପୁର କୋଭିଡ କେୟାର ସେଣ୍ଟର(ସିସିସି) ବୁଲି ଏକ୍ସରେ ଅନ୍ ହୁଇଲସ ମାଧ୍ୟମରେ ରୋଗୀସେବା ନେଇ ଅନୁଧ୍ୟାନ କରିଥିଲେ । ଏଥିସହ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟାରେ ମାଣିଆବନ୍ଧ ଠାରେ ହେବାକୁ ଥିବା ବୁଦ୍ଧିଷ୍ଟ ପର୍ଯ୍ୟଟନ କେନ୍ଦ୍ରକୁ ବିଧାୟକ ଶ୍ରୀ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ପରିଦର୍ଶନ କରି ଟେକ୍ସଟାଇଲ ମିଉଜିୟମ ପ୍ରତିଷ୍ଠା ପ୍ରସ୍ତୁତି ସମ୍ପର୍କ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବଡମ୍ବା ବାଙ୍କୀ ମଧ୍ୟରେ ସଂଯୋଗ କରୁଥିବା ସିଂହନାଥ ସେତୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଶ୍ରୀ ଚୟନୀ ଅବଗତ ହୋଇଥିଲେ । ଏହି ପରିଦର୍ଶନ ସମୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ