ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବିଦ୍ୟାଧରପୁର ସ୍ଥିତ କେନ୍ଦ୍ର ସରକାରଙ୍କର ଜାତୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନରେ ଆଜି ଶୁକ୍ରବାର ଦିନ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ଏଥିରେ କାର୍ଯ୍ୟରତ ଶ୍ରମିକ ମାନେ ବିଭିନ୍ନ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଯେଉଁ ନୀତି ଓ ନୀୟମ ଧାର୍ଯ୍ୟ କରିଛନ୍ତି, ତାହାକୁ ଧାନ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ ମାନୁନାହାନ୍ତି । ଏପରିକି ଏହି ଶ୍ରମିକ ମାନଙ୍କୁ ନିୟମିତ ଭାବରେ ପାରିଶ୍ରମିକ ମିଳିପାରୁନାହିଁ । ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଭିଡେଣ୍ଟ ଫଣ୍ଡକୁ ଜମା କରାଯାଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଧାନ ଗବେଷଣା କେନ୍ଦ୍ରର କର୍ତୃପକ୍ଷ ନିର୍ଦ୍ଧାରିତ ସଂସ୍ଥା ଠାରୁ ଶ୍ରମିକ ଆଣି ସେମାନଙ୍କ ମାଧ୍ୟମରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଉଛନ୍ତି । ବାରମ୍ବାର ଠିକାଦାର ପରିବର୍ତ୍ତନ ଯୋଗୁଁ ଶ୍ରମିକମାନେ ତାଙ୍କର ନାର୍ଯ୍ୟ ପାରିଶ୍ରମିକ ପାଇପାରୁ ନାହାନ୍ତି । ଅନ୍ୟ ପଟରେ କରୋନା ସଂକ୍ରମଣ ସମୟରେ ଶ୍ରମିକମାନଙ୍କୁ ଆର୍ôଥକ ସହାୟତା ଯୋଗାଇବା କ୍ଷେତ୍ରରେ ବହୁ ଅନିୟମିତତା ରହିଛି । ଏପରିକି ଠିକାଦାର ସଂସ୍ଥା ଶ୍ରମିକମାନଙ୍କୁ ଶୋଷଣ କରୁଛନ୍ତି । ଶ୍ରମିକମାନଙ୍କୁ ନିୟମିତ ପାରିଶ୍ରମିକ, ପ୍ରୋଭିଡେଣ୍ଟ ଫଣ୍ଡ ଜମା, ଇ.ଏସ୍‌.ଆଇର ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଦାବି କରି ଶ୍ରମିକ ମାନେ ଧାନ ଗବେଷଣା କେନ୍ଦ୍ର ଫାଟକ ସାମନାରେ ଧାରଣା ବିକ୍ଷୋଭ ପ୍ରଦର୍ଶନ ସହିତ ଆନ୍ଦୋଳନ ଚଳାଇ ଥିଲେ । ସରକାରଙ୍କର ଶ୍ରମ ବିଭାଗ ପକ୍ଷରୁ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଶ୍ରମିକମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଦାବି କରାଯାଇଛି ବୋଲି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏନ୍‌.ଆର.ଆର.ଆଇ କଣ୍ଟ୍ରାକ୍ଟ ଲେବର ୟୁନିଅନର ସଭାପତି ବସନ୍ତ କୁମାର ସାହୁ ଜଣାଇଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି