ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ
କଟକ(ଏନ୍.ଏମ୍.): ଏକାଦଶ ତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ତା. ୩.୦୯.୨୦୨୧ ରିଖରୁ ତା. ୬.୦୯.୨୦୨୧ ରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ପ୍ରଥମ ଥର ପାଇଁ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ୨୩ଜଣ ପ୍ରତିଯୋଗି ଅଂଶଗ୍ରହଣ କରି ସଫଳତା ପାଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ତ୍ରିବିକ୍ରମ ଗୁଇଁ ଓ ସୁରିୟବୀର୍ ରାଣା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ, ସାଇଶିବ କର, ସାନଭିଶ୍ରୀୟା ପଣ୍ଡା, ବୈଶିଷ୍ଟ ସେନାପତି ଓ ସତ୍ୟ ସଂଗ୍ରାମ ଖୁଣ୍ଟିଆ ରୌପ ପଦକ ଏବଂ ଜେପି ଜୟପ୍ରକାଶ, ବିଶ୍ୱଜିତ୍ ଭୋଇ, ଜ୍ୟୋତି କୃଷ୍ଣ ଜେନା, ବୈଷ୍ଣବି ସେନାପତି, ମଞ୍ଜୁକୁମାରୀ ଯାଦବ, ଜଗ୍ପ୍ରିତ୍ କୌର୍ ଓ ସାଗରିକା ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ମୁଖ୍ୟ ପ୍ରଶିକ୍ଷକ ସିହାନ୍ ନିତାଇ ଶଙ୍କର ଗୁଇଁ, ପ୍ରତିଯୋଗିଙ୍କ ନେତୃତ୍ୱ ନେଇଥିବାବେଳେ ଶୁଭାଷିଶ କର ଓ ନର୍ମଦା ଗୁଇଁ ଦଳର ମ୍ୟାନଜର ଭାବେ ଏବଂ ବରୋଦା ପ୍ରସାଦ ଦାସ ସହ ପ୍ରଶିକ୍ଷକ ଭାବେ ଦଳ ସହିତ ଯାଇଥିଲେ । କୃତି ପ୍ରତିଯୋଗୀମାନେ ଓଡ଼ିଶାରେ ପହଞ୍ଚିବାପରେ ଅନୁଷ୍ଟାନର ସଭାପତି ଶିବାଶିଷ କର ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।