ଜମି ମାପ ଚୁପ ବେଳେ ଉତ୍ତେଜନା, ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ: ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ କାମୁଡିଦେଲେ ମହିଳା

ଜମି ମାପ ଚୁପ ବେଳେ ଉତ୍ତେଜନା, ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ: ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ କାମୁଡିଦେଲେ ମହିଳା

ଜମି ମାପ ଚୁପ ବେଳେ ଉତ୍ତେଜନା, ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ: ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ କାମୁଡିଦେଲେ ମହିଳା

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖମାର ନୂଆଗାଁ କୋଳଥପଙ୍ଗିରେ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଅଲଟ୍ରାଟେକ୍ କମ୍ପାନୀ ଓ ଜଣେ ସ୍ଥାନୀୟ ଅଧିବାସୀଙ୍କ ଜମି ମାପଚୁପ ହେଉଥିବା ବେଳେ ହଠାତ୍ କୋଳଥପଙ୍ଗ ଗାଁ ଲୋକେ ପହଁଚି ଉକ୍ତ ମାପ ଚୁପକୁ କରିଥିଲେ ବିରୋଧ । ଯେଉଁଥିପାଇଁ ଗ୍ରାମବାସୀ ଓ ପୁଲିସ ହୋଇଥିଲେ ମୁହାଁମୁହିଁ । ଯେଉଁଥିରେ ଗାଁ ଲୋକଙ୍କ କାମୁଡାରେ ଦୁଇ ପୁଲିସ ଅଧିକାରୀ ଆହତ ମଧ୍ୟ ହୋଇଥିଲେ । ଆହତ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗୁରୁଡ଼ିଝାଟିଆ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନଙ୍କ ସହିତ, ଆଠଗଡ଼ ଥାନାର ମହିଳା ଏସଆଇ ଶକୁନ୍ତଳା ଦାସ ରହିଛନ୍ତି । ଏହି ଉତ୍ୟକ୍ତ ଗାଁ ଲୋକଙ୍କ କାମୁଡା ରେ ଗୁରୁଡିଝାଟିଆ ଆଇଆଇସିଙ୍କ ଆଙ୍ଗୁଠିକୁ କାମୁଡ଼ି ଗୁରୁତ୍ ଆହତ କରିଥିବାବେଳେ ମହିଳା ଏଏସଆଇଙ୍କ ହାତର ବାହୁକୁ କାମୁଡି ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଜମି ମାପ ଚୁପକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଘଟଣା ସ୍ଥଳରେ ଚୌଦ୍ୱାରା ଏସଡିପିଓଙ୍କ ସମେତ ୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି ମୁତୟନ । ସୂଚନା ଥାଉକି କୋଳଥପଙ୍ଗି ଅଞ୍ଚଳରେ ଜମି ମାପଚୁପ ବେଳେ ଗାଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଓ ଏକ କମ୍ପାନୀକୁ ଜମି ହସ୍ତାନ୍ତର ପାଇଁ ଯାଇଥିଲା । ତେବେ ପୁଲିସ, ତହସିଲଦାର,ଏସଡିପିଓଙ୍କ ଉପସ୍ଥିତିରେ ମାପଚୁପବେଳେ ଲୋକମାନେ ଏହାକୁ ଘୋର ବିରୋଧ କରିଥିଲେ । ଏମାନଙ୍କ ଅଭିଯୋଗ ଦୀର୍ଘ ବର୍ଷ ଧରି ଏହି ଜାଗାକୁ କୁଆଡେ ଗାଁ ଲୋକେ ଲିଜ ଆକାରରେ ଜଗି ରଖିଥିଲେ । ଅଚାନକ ଗ୍ରାମବାସୀଙ୍କୁ କୌଣସି ସୂଚନା ନଦେଇ କିଭଳି ଏହି ଏକର ଏକର ଜାଗାକୁ ଏକ ଅଲଟ୍ରାଟେକ ସିମେଣ୍ଟ କମ୍ପାନୀକୁ ଏ ନିଦ୍ଧିଷ୍ଟ ବ୍ୟକ୍ତି ହସ୍ତାନ୍ତର କରିବା ନେଇ ଗ୍ରାମବାସୀଙ୍କ ଏହି ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିବା । ଏବେ ଯଦିଓ ପରିସ୍ଥିତି ଶାନ୍ତ ରହିଛି କିନ୍ତୁ ଚାପା ଉତେଜନା ଲାଗି ରହିଥିବା ସୂଚନା ମିଳିଛି

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ