ଜନ୍ମାଷ୍ଟମୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର
# କଳାହାଣ୍ଡି (ଏନ୍.ଏମ୍.): ଯୁବ ସାହିତ୍ୟସ୍ରଷ୍ଟା ଖୁସିରାମ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା କରା ଯାଇଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।ସୁପ୍ତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରେରଣା ଯୋଗେଇଦେବା ଓ ସେମାନଙ୍କ ଦ୍ୱାରା ରଚିତ ଗଳ୍ପ ଓ କବିତାକୁ ସାରା ଦୁନିଆ ପାଖରେ ପହଞ୍ଚାଇବା ଏହି ଅନୁଷ୍ଠାର ଲକ୍ଷ୍ୟ । ଆଜିର ଯୁବପିଢୀ ସାହିତ୍ୟରୁ ଦୂରେଇ ରହୁଥିବାବେଳେ ସାହିତ୍ୟକୁ ଆଗେଇ ନେବା ପାଇଁ ଖୁସିରାମଙ୍କ ଏହି ପ୍ରୟାସ ବାସ୍ତବିକ୍ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ।
ପବିତ୍ର ଜନ୍ମାଷ୍ଟମୀ ଅବସରରେ ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି କବିତା ଆସରରେ ମୁଖ୍ୟଅତିଥି ଭାବେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଉପସ୍ଥିତ ଥିଲେ । ଏଥିସହିତ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ପଥପ୍ରଦର୍ଶକ ଡକ୍ଟର ଭବାନୀ ଶଙ୍କର ନିଆଲ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ସମ୍ପାଦକ ଦୁର୍ଗାଶଙ୍କର ଦେ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ନରତ୍ତମ ପାତ୍ର, ମନ୍ମଥ ସ୍ୱାଇଁ, ପ୍ରମୁଖ ସାମିଲ ରହି ସହଯୋଗ କରିଥିଲେ । ଏଥିରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ଗଞ୍ଜାମରୁ ପ୍ରବୀଣ କୁମାର ଖାଡଙ୍ଗା, କୁସୁମ କୁମାରୀ ପଣ୍ଡା, ନଳିନୀ ପ୍ରଭା ମିଶ୍ର, ମମତାରାଣୀ ଶତପଥୀ, ବୁଲୁ ବିଷୋୟୀ, ପ୍ରତାପ ଚନ୍ଦ୍ର ମିଶ୍ର, ନୟାଗଡ଼ରୁ ନୀହାରିକା ପଣ୍ଡା, ଯଶୋବନ୍ତ ପଟ୍ଟନାୟକ, ଗୋଦାବରୀଶ ଦାସ, ଅଶୋକ କୁମାର ନାୟକ, ଛତିଶଗଡରୁ ଶିବଶଙ୍କର ସାହୁ, ବାଲେଶ୍ୱରରୁ ସୁଜାତା ଦାସ, ଭୁବନେଶ୍ୱରରୁ ରୀତାଅପରାଜିତା ମହାନ୍ତି, ପ୍ରିୟରଞ୍ଜନ ସାହୁ, କଳାହାଣ୍ଡିରୁ ପ୍ରିୟଦର୍ଶିନୀ ମିଶ୍ର, କମଳିନୀ ଚଣ୍ଡି, ଶିବରାମ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଚୈତନ୍ୟ ବାଗ, ବରଗଡ଼ରୁ ଜିତେନ୍ଦ୍ରୀୟ ସାହୁ, ତାପ୍ତିମୟୀ ପଣ୍ଡାମିଶ୍ର, କଟକରୁ ପଣ୍ଡିତ ସୁକାନ୍ତ ମହାପାତ୍ର, ବିଜୟ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ, ରାଜକିଶୋର ମୁଣ୍ଡି, ବଲାଙ୍ଗୀରରୁ ଆଶୁତୋଷ ଠାକୁର, ଶରତ ମନହିରା, ଭଦ୍ରକରୁ ସରୋଜ କୁମାର ଓଝା, କୈଳାଶ ବେହେରା, ସମ୍ବଲପୁରରୁ ପିଙ୍କୁ ରଣବିଡ଼ା, ଜ୍ଞାନେନ୍ଦ୍ରୀୟ ଦାଶ, କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ନାଥ, ସୁରେନ୍ଦ୍ର ଜେନା, ଗୋବିନ୍ଦ ବେହେରା, ଢେଙ୍କାନାଳରୁ ନିରଞ୍ଜନ ସାହୁ, ଅରୁନ୍ଧତୀ ଲେଙ୍କା, ପ୍ରତିମା ବାରିକ, ଝାରସୁଗୁଡା ଗୀତା ରୋହିଦାସ, ପୁରୀରୁ ରାକେଶ କୁମାର ଦାସ, ଚିତ୍ତରଞ୍ଜନ ପୃଷ୍ଟି, ଯାଜପୁରରୁ ଜଗଦୀଶ ଶତପଥୀ, ସୁରେନ୍ଦ୍ର କୁମାର ବେହେରା, ମନୋଜ କୁମାର ଶତପଥୀ, ଅନୁଗୋଳରୁ କୁମାର ସ୍ୱାଇଁ, ଶତ୍ରୁଘ୍ନ ପ୍ରଧାନ, ସୁବ୍ରତ କୁମାର ପ୍ରଧାନ, କେନ୍ଦୁଝରରୁ ସଞ୍ଜୟ କୁମାର ସାହୁ, ରତିନାରାୟଣ ରାଉତ, ସୁଶାନ୍ତ ଦେହୁରୀ, ସହଦେବ ବେହେରା, ମାଲକାନଗିରିରୁ ଭାବଗ୍ରାହୀ ତ୍ରିପାଠୀ, ବାଲାଜୀ ସେଠୀ, ପ୍ରିୟମ୍ବଦା ରାଉତ, ଜଗତସିଂହପୁରରୁ ସଂଯୁକ୍ତା ସାହୁ, ବାଲେଶ୍ୱରରୁ ଶୁଭମ କୁମାର ସାହୁ ପ୍ରମୁଖ ନିଜର ସ୍ୱରଚିତ ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଉକ୍ତ ଆସରକୁ ଭକ୍ତିମୟ କବିତା ଜରିଆରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ଅର୍ପଣ କରିଥିଲେ । ଶେଷରେ ସହ ସମ୍ପାଦକ ଦୁର୍ଗାଶଙ୍କର ଦେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।