ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର

ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ସଂଘ ପକ୍ଷରୁ ସ୍ମାରକପତ୍ର

News by Rajendra Pradhan (CTC)

କଟକ(ଏନ୍‌.ଏମ୍‌.): ଯାନ୍ତ୍ରୀକ ସଂଘର ସଂଗଠନ ସମ୍ପାଦକ ପ୍ରେମାନନ୍ଦ ବାରିକ(ୱାର୍କଚାର୍ଜ କ୍ଲର୍କ)ଙ୍କୁ ଅନ୍ୟାୟ ଭାବେ କଟକରୁ ଅନୁଗୋଳ ଜିଲ୍ଲାକୁ ହୋଇଥିବା ବଦଳି ଆଦେଶ ପ୍ରତିବାଦରେ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ମଣ୍ଡଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ସଂଗଠନ ସମ୍ପାଦକ ଶ୍ରୀ ବାରିକ ଏବେ କଟକ ଜନସ୍ୱାସ୍ଥ୍ୟ ଖଣ୍ଡ ଅଧିନରେ ଜୁନିୟର କ୍ଲର୍କ ଭାବେ କାର୍ଯ୍ୟକରୁଛନ୍ତି । ତାଙ୍କୁ ପୂର୍ବରୁ କୌଣସି ପ୍ରକାର କୈଫତ ତଳବ କରାନଯାଇ କିମ୍ବା ତାଙ୍କ ଠାରୁ କୌଣସି ପ୍ରକାର ସ୍ପଷ୍ଟିକରଣ ଗ୍ରହଣ କରାଯିବାର ସୁଯୋଗ ନଦେଇ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଆଦେଶ ପତ୍ର ଅନୁସାରେ ତାଙ୍କୁ କଟକ ଜନସ୍ୱାସ୍ଥ୍ୟ ଖଣ୍ଡରୁ ଅନୁଗୋଳ ଜନସ୍ୱାସ୍ଥ୍ୟ ଖଣ୍ଡକୁ ବଦଳି କରାଯାଇଛି । ତେଣୁ ଏହା ସମ୍ପୂର୍ଣ୍ଣ ଅବୈଧ ଏକ ଆକ୍ରୋଶ ମୂଳକ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରୀ ନିୟମାନୁଯାୟୀ ୱାର୍କଚାର୍ଜ କର୍ମଚାରୀମାନେ କାର୍ଯ୍ୟକରୁଥିବା ବିଭାଜନରେ ଗ୍ରେଡେସନ ଭୁକ୍ତ ଅଟନ୍ତି । ଅପର ପକ୍ଷରେ ଅଯଥାରେ ଏକାଧିକ କର୍ମଚାରୀଙ୍କ କାର୍ଯ୍ୟସ୍ଥାନରୁ ହଠାତ ବଦଳି ଆଦେଶ ଆଦେଶ ଆଳରେ ପରିବର୍ତ୍ତନ କରିବା ଏବଂ ପ୍ରଶାସନିକ ଦୃଷ୍ଟିକୋଣ ଆଳରେ ବଦଳି ଆଦେଶ କରିବା ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଜଣେ କାର୍ଯ୍ୟରତ କର୍ମଚାରୀର ନିକଟତମ ଉପରିସ୍ଥ ବିଭାଗୀୟ ଅଧିକାରୀ, ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱକୁ ଉପେକ୍ଷା କରାଯାଇ ସିଧାସଳଖ କର୍ମଚାରୀଙ୍କୁ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ପତ୍ରାଳାପ କରିବା ସରକାରୀ ବିଧିବ୍ୟବସ୍ଥାର ଉଲଙ୍ଘନ । ତେଣୁ ମଣ୍ଡଳ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଶ୍ରୀ ବାରିକଙ୍କ ବଦଳି ବାତିଲ ନକଲେ ସଂଘ ପକ୍ଷରୁ ମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଂଘ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ପୂର୍ବତନ ବିଧାୟକ ତଥା ମୁଖ୍ୟଉପଦେଷ୍ଟା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ଏହାର ଏକକିତା ନକଲ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ, ସଂଘ ସଭାପତି, ସାଧାରଣ ସମ୍ପାଦକଙ୍କୁ ପ୍ରଦାନ କରାଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି