ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି

ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି

ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି


ପୁରୀ(ଏନ୍‌.ଏମ୍‌.): ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଦେଖିବାକୁ ମିଳିଛି । ଯାହା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଝାଡ଼ାବାନ୍ତି ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଘରେ ଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି । ଦୁଇଦିନ ଧରି ସ୍ୱାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଛି । ତେବେ ଦୂଷିତ ପାନୀୟ ଜଣ ଏହାର ମୂଳ କାରଣ ବୋଲି କୁହାଯାଉଥିବାବେଳେ ଅଞ୍ଚଳବାସୀ ଜନସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରିଛନ୍ତି । ତେବେ ଏ ନେଇ ପୁରୀ ପୌର ପ୍ରଶାସନ ଓ ଜନସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ପାନୀୟ ଜଳ ସହିତ ନାଳନର୍ଦ୍ଦମାର ବର୍ଜ୍ୟଜଳ ମିଶିବା ଯୋଗୁଁ ଏଭଳି ସଂକ୍ରାମକ ରୋଗ ସୃଷ୍ଟି ହେଉଥିବା ଅଭିଯୋଗ ଉଠିଛି । ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ପରିବର୍ତ୍ତନ ନହେବା, ପାଇପରେ ଲିକ୍ ଯାଞ୍ଚ ନକରିବା, ନାଳନର୍ଦ୍ଦମା ଭିତର ଦେଇ ପାନୀୟ ଜଳ ପାଇପ ଯିବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ଏ ନେଇ ଜିଲ୍ଲା ପ୍ରଶାସନର ଅପାରଗତା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ସ୍ଥାନୀୟ ବାସେଳିସାହିର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଦେଖାଦେଇଛି । ତିନି ଚାରିଦିନ ଭିତରେ ପ୍ରତିଘରେ ଏକାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ପିଲାଙ୍କ ଠାରୁ ବୁଢ଼ା ସମସ୍ତେ ଝାଡ଼ାବାନ୍ତିରେ ପଡ଼ିଥିବା ବେଳେ କିଛି ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ବାସେଳିସାହି ଓ ଆଖପାଖ ଅଞ୍ଚଳବାସୀ ଅଭିଯୋଗ ହେଉଛି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚାରିପଟେ ସଂଲଗ୍ନ ନାଳ ସବୁ ତଡ଼ା ଯାଇଛି । ଆବର୍ଜନା ପାଣି ପାଇଁ ପଡ଼ିଥିବା ପାଇପ୍ ସବୁ ଭାଙ୍ଗି ଦିଆଯାଇଛି । ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ପୌର ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି । ଯାହାଫଳରେ, ନାଳ ସବୁ ଭାଙ୍ଗି ରାସ୍ତାଘାଟ, ଶ୍ରୀମନ୍ଦିର ଚାରିପଟେ ଦୂଷିତ ପାଣି ଭାସୁଛି । ଦିନେ କି ଦି’ଦିନ ନୁହେଁ, ମାସ ମାସ ଧରି ଏଭଳି ପରିସ୍ଥିତି ଲାଗି ରହିଛି । ପୁନଶ୍ଚ ନାଳପାଣି ଯୋଗୁ ଦୁର୍ଗନ୍ଧମୟ ପରିବେଶ ଭିତରେ ଅଞ୍ଚଳବାସୀ ଯା’ଆସ କରୁଛନ୍ତି । ନାଳ ସମସ୍ୟା ସମ୍ପର୍କରେ ବାରମ୍ବାର ପେଯର ପ୍ରଶାସନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଏହାକୁ କର୍ଣ୍ଣପାତ କରିନାହାନ୍ତି । ପରିଣାମ ସ୍ୱରୂପ ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ସହରସାରା ଏବେ ଝାଡ଼ାବାନ୍ତିର ଆତଙ୍କ ଦେଖିବାକୁ ମିଳିଛି । ସହରସାରା ନାଳ ଦେଇ ଆସୁଥିବା ଏହି ଆବର୍ଜନା ପାଣି ମିଶା ପିଇବା ପାଣିକୁ ଲୋକେ ପିଉଛନ୍ତି । ଯାହାର ଦୁର୍ଦ୍ଦଶା ଆଜି ବାସେଳିସାହି ଓ ଆଖପାଖ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି ଯେ, ଏହାକୁ ଜନସ୍ୱାସ୍ଥ୍ୟ ବିଭାଗ ଗୁରତ୍ୱର ସହ ନେଇ ଆସନ୍ତା ପାଞ୍ଚ ଦିନ ପାଇଁ ଡାକ୍ତରୀ ଟିମ୍ ମୁତୟନ କରିଛି । ସେମାନେ ଚିକିତ୍ସା ସେବା ଯୋଗାଇ ଦେବା ସହିତ ୨୦୦ରୁ ଅଧିକ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ