ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର


ବଡ଼ମ୍ବା(ଏନ୍‌.ଏମ୍‌.): ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡ଼ମ୍ବା ବ୍ଲକ ଗୋପାଳପୁର ଠାରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଜନ ଶିକ୍ଷଣ ନିର୍ଦ୍ଦେଶାଳୟର କଟକ ସିଡିଏ ଜନ ଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଛତୁ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ପ୍ରଶିକ୍ଷଣ କେନ୍ଦ୍ର ପରିଚ।।ଳନା କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଉପଲକ୍ଷେ ଅମାତିଆ ଗ୍ରାମ କ୍ଲବ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମସରୁମ ଗ୍ରୋୟର୍ସ ସ୍କିଲ ଡ଼େଭଲପମେଣ୍ଟର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଥିଲା । ଏହି କାର୍ଯ୍ୟ କ୍ରମରେ ଗୋପାଳପୁର, ରତାପାଟ, ଅମାତିଆ, ଚାଉଳୀ, ବେଲିଆପାଳ, ଖଳିଢିପି, ଡମଣାଗାଡ଼ିଆ, ବନମାଳୀପୁର ଆଦି ଗ୍ରାମମାନଙ୍କରୁ ୫୦ରୁ ଉର୍ଦ୍ଧ ଆଗ୍ରହୀ ଛତୁ ଉତ୍ପାଦନକାରୀ ମହିଳା ଓ ପୁରୁଷ ଯୋଗ ଦେଇ ଥିଲେ । ଏହି ଛତୁ ଉତ୍ପାଦନକାରୀଙ୍କ ମଧ୍ୟରୁ ୨୦ ଜଣ ମହିଳା ଓ ପୁରୁଷ ଚାଷୀମାନଙ୍କୁ ଚୟନ କରାଯାଇ ତିନି ମାସିଆ ଦକ୍ଷତା ବିକାଶ ଉପରେ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇ ଅଛି । କଟକ ଜନଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଅନିମା ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜନଶିକ୍ଷଣ ସଂସ୍ଥାର ପ୍ରୋଗ୍ରମ ଅଫିସର ସମ୍ବିଦ ମହାନ୍ତି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଭାରତ ସରକାରଙ୍କ ତୈଳ ଓ ପ୍ରକୃତିକ ବାଷ୍ପ ନିଗମର ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ଦଳେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀମା ମହିଳା ଗ୍ରାମଦ୍ୟେଗ ପରିଷଦର ପ୍ରତିଷ୍ଠାତା ତଥା ସଂପାଦକ ରଜନୀ କାନ୍ତ ବଳବନ୍ତ ରାୟ, ଗ୍ରାମୀଣ କୃଷିଜ୍ଞାନ କେନ୍ଦ୍ରର ସଂଯୋଜକ ଦେବବ୍ରତ ମାନସ କୁମାର ସିଂ ଏଥିରେ ଯୋଗ ଦେଇ କ୍ଷୁଦ୍ର ନାମମାତ୍ର ଭୂମୀହିନ କୃଷକମାନଙ୍କ ପାଇଁ ଛତୁ ଚାଷ ଏକ ବିକଳ୍ପ ପ୍ରନ୍ଥା ବୋଲି କହିବା ସହ ଶିବରାର୍ଥୀମାନଙ୍କୁ ପ୍ରଶିକ୍ଷଣ କିଟ ପ୍ରଦାନ କରିଥିଲେ । ଏହି ଶିବିରରେ ବବିନା ବିଶ୍ୱାଳ, ସସ୍ମିତା ବଳ, ଗାୟତ୍ରୀ ରାଉତ, ମଧୁସ୍ମିତା ନାୟକ, ସସ୍ମିତା ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜେନ୍ଦ୍ର ନାରାୟଣ ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି