ଜନବସତିରେ ବୁଲୁଛି ମହାବଳ ବାଘ: କ୍ୟାମେରାରେ କଏଦ ହେଲା ଫଟୋ, ଆତଙ୍କିତ ଅଞ୍ଚଳବାସୀ
#ପାରଳାଖେମୁଣ୍ଡି(ଏନ୍.ଏମ୍.): ମହାବଳ ବାଘକୁ ନେଇ ଗଜପତି ଜିଲ୍ଲୋର ଆତଙ୍କ ଖେଳିଯାଇଛି । ଗତ ୫ ଦିନ ଧରି ମେହନ୍ଦ୍ରଗିରି ବନାଞ୍ଚଳର ରାୟଗଡ଼ ଓ ଗୋଷାଣୀ ବ୍ଲକରେ ଘୂରି ବୁଲୁଥିବା ମହାବଳ ଆଜି ଗୋଷାଣୀ ବ୍ଲକ୍ ଏସ୍.ଉରୁଡ଼ା ମୁହାଁ ହୋଇଛି । ପ୍ରତି ଘଣ୍ଟାରେ ବାଘ ଜାଗା ପରିବର୍ତ୍ତନ କରୁଥିବାରୁ ବନ ବିଭାଗ ପକ୍ଷରୁ ମହାବଳର ଗତିବିଧି ଉପେର କଡ଼ା ନଜର ରଖାଯାଇଛି । ଗତକାଲି ଏସ୍. ରାଉତପୁର ଗ୍ରାମ ସନ୍ନିକଟ ଜଙ୍ଗଲରେ ରହିଥିବା ବାଘ ଆଜି ସନ୍ଧ୍ୟାରେ ସେଠାରୁ ୫ କିଲୋମିଟର ଦୂର ଏସ୍. ଉରୁଡ଼ା ଅଞ୍ଚଳେର ଚଳପ୍ରଚଳ କରୁଥିବାର ପ୍ରମାଣ ମିଳିଛି । ତେଣୁ ସେଠାକାର ଲୋକଙ୍କୁ ସତକର୍ତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିବା ନେଇ ଏସିଏଫ୍ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି । ଏସିଏଫ୍ ଶ୍ରୀ େବେହରା ଓ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନେର ମେହନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଦୀପ ଆଚାର୍ଯ୍ୟଙ୍କ ନେତୃତ୍ୱେର ଉଭୟ ରାୟଗଡ଼ ଓ ଗୋଷାଣୀ ବ୍ଲକ୍ ଅଞ୍ଚଳେର ୪୦ରୁ ଅଧିକ ବନ କମର୍ଚାରୀ ବାଘର ଗତିବିଧି ଅନୁଧ୍ୟାନ କରିବା ଲାଗି ନିୟୋଜିତ ହୋଇଛନ୍ତି । କମର୍ଚାରୀମାନେ ଏସ୍.ଉରୁଡ଼ୋର ପହଞ୍ଚି ସନ୍ଧ୍ୟାରେ ଗୃହପାଳିତ ପଶୁଙ୍କୁ ଘେର ସୁରକ୍ଷିତ ଭାବେ ବାନ୍ଧିବା ଓ ସନ୍ଧ୍ୟାରେ ବାହାରକୁ ନବାହାରିକୁ କହିଛନ୍ତି । ପିସିସିଏଫ୍(ବନ୍ୟପ୍ରାଣୀ) ଏସ୍.କେ. ପୋପଲିଙ୍କ କହିବାନୁଯାୟୀ, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମେହନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂବର୍ରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା । ଯେହେତୁ ବାଘ ସଂରକ୍ଷଣ ନେଇ ରାଜ୍ୟ ସରକାର ବ୍ୟାପକ ପଦେକ୍ଷପ ନେଇଛନ୍ତି, ସେଥିପାଇଁ ବାଘଗୁଡ଼ିକ ବାରମ୍ବାର ଓଡ଼ିଶା ମୁହାଁ ହେଉଛନ୍ତି । ଆନ୍ଧ୍ରରୁ ଆସିଥିବା ଏହି ମହାବଳ ଉପେର ନଜର ରଖିବାକୁ କ୍ୟାମେରା ଟ୍ରାପ ସହ ସ୍ୱତନ୍ତ୍ର ଟ୍ରାକିଂ ୟୁନିଟ୍ ନିୟୋଜିତ ହୋଇଛନ୍ତି । କେବଳ ଆନ୍ଧ୍ର ନେୁହଁ, ଛତିଶଗଡ଼ ଜଙ୍ଗଲରୁ ମଧ୍ୟ ଓଡ଼ିଶାକୁ ପୂର୍ବରୁ ବାଘ ଆସିଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ଆମେ ପଦେକ୍ଷପ ନେଉଛୁ । ସ୍ଥାନୀୟ ଲୋକଙ୍କ ମନୋବଳ ବୃଦ୍ଧି କରାଯାଉଛି । ଗାଇଗୋରୁଙ୍କୁ ମାରୁଥିବା ଦୃଷ୍ଟିକୁ ଆସିବା କ୍ଷଣି ହିତାଧିକାରୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉଛି । ଏହି ମହାବଳ ଉପେର ନଜର ରଖିବାକୁ ୧୦ରୁ ୧୫ଟି କ୍ୟାମେରା ଲଗାଯାଇଛି । ଏନେଇ ଏସିଏଫଓ ଅଶୋକ ବେହେରା କହିଛନ୍ତି, ବନ ବିଭାଗ ପକ୍ଷରୁ ୫ଟି କ୍ୟାମେରା ଲଗା ଯାଇଥିଲା । ଗୋଟିଏ କ୍ୟାମେରାରେ ରାତି ୮ଟାରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳୁଥିଲା । ଉକ୍ତ ବାଘଟି ଆନ୍ଧ୍ରପ୍ରେଦଶ ଚାଲି ଯାଇଥିଲା । ସେହି ବାଘ ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ୩୫ କମର୍ଚାରୀଙ୍କୁ ନେଇ ୫ଟି ଟିମ୍ ଗଠନ କରାଯାଇଛି । ଆଖପାଖ ଅଞ୍ଚଳବାସୀଙ୍କୁ ପଦାରେ ନବୁଲିବାକୁ ଓ ଗାଇଗୋରୁଙ୍କୁ ହେପାଜତରେ ରଖିବାକୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି ।