ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ

ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ

ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ

News by Nimain Charana Mohanty (Puri)

#ପୁରୀ(ଏନ୍‌.ଏମ୍‌.): ଜଗନ୍ନାଥ ସଂସ୍କୃତି ଏକ ବିଚିତ୍ର ସଂସ୍କୃତି । ଏଥିରେ ଭରି ରହିଛି ମାନବୀୟ ସଭ୍ୟତାର ସମସ୍ତ ନିଦର୍ଶନ । ପ୍ରଭୁ ଜଗନ୍ନାଥଙ୍କ ବିଚିତ୍ର ଲୀଳାକୁ ବଡ଼ ବଡ଼ ଜ୍ଞାନିଗୁଣୀ ମଧ୍ୟ ବୁଝିବା କଷ୍ଟ ସାଧ୍ୟ । ସାରା ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଲୀଳା ମଧ୍ୟରୁ ଦୟଣା ଚୋରି ନୀତି ମଧ୍ୟ ଏକ ସ୍ୱତନ୍ତ୍ର । ଏଥିରେ ତ୍ରୟୋଦଶୀ ଦିନ ସଂଧ୍ୟା ଧୂପ ପରେ ଶ୍ରୀମନ୍ଦିର ଭୋଗମଣ୍ଡପ ମଧ୍ୟରେ ଚୂନ ପାଣିରେ ଧୋପଖାଳ ହୋଇ ଦୟଣା ବୃକ୍ଷଗୁଡିକୁ ରଖାଯାଏ । ସଂଧ୍ୟା ଧୂପ ପରେ ସେଠାରେ ବାଲି ଘରଟିଏ ନିର୍ମାଣ କରି ତା ଉପରେ ଚାନ୍ଦୁଆ ବନ୍ଧା ଯାଏ । ଏହି ବାଲିଘର ମଧ୍ୟରେ ଦୟଣା ଗଛଗୁଡିକୁ ରଖି ବାଲି ଦ୍ୱାରା ଆବୃତ କରି ଦିଆଯାଏ । ଏହି ସମଗ୍ର ଉପକରଣମାନଙ୍କୁ ଚନ୍ଦନ ଓ ଫୁଲ ଦେଇ ଚେମଡି ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଯାଏ । ବଡ଼ସିଂହାର ଧୂପ ପରେ ମଦନମୋହନ ମହାଜନଙ୍କ ଦ୍ୱାରା ରତ୍ନସିଂହାସନକୁ ବିଜେ କରନ୍ତି । ମଦନମୋହନ, ଶ୍ରୀ ଦେବୀ,ଭୂ ଦେବୀ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଭୋଗମଣ୍ଡପ ଘରେ ପଡ଼ିଥିବା ଶେଜ ଉପରେ ବିଜେ ହୁଅନ୍ତି । ସେଠାରେ ଦୟଣାଚୋରି କରୁଥିବା ସମୟରେ ଧରାପଡ଼ି ଦୟଣା ଗଛ ଦ୍ୱାରା ବନ୍ଧା ହୁଅନ୍ତି । ଶୀତଳ ଭୋଗ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚୋପଚାରରେ ମଣୋହି ହେବା ପରେ ବନ୍ଦାପନା ହୁଏ ଏବଂ ଚଳନ୍ତି ପ୍ରତିମାମାନେ ସାରା ରାତି ଭୋଗ ମଣ୍ଡପରେ ବନ୍ଧନ ଯୁକ୍ତ ଅବସ୍ଥାରେ ରହନ୍ତି । ଏହାପରେ ଭୋଗମଣ୍ଡପ ଘର ମୁଦ ଦିଆ ହୁଏ । ପରେ ମହାପ୍ରଭୁଙ୍କ ବଡ଼ସିଂହାର ଶୟନ ନୀତି ହୋଇ ପହୁଡ଼ ପଡେ । ତେବେ ପ୍ରଭୁଙ୍କ ଏହି ଲୀଳା ବେଶ ମନମୁଗ୍ଧକର ବୋଲି ସେବାୟତମାନେ କୁହନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ