ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା

ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା

ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଗତକାଲି ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ହେବା ଦ୍ୱାରା ସହରର କିଛି ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଜଗତପୁର ଅଞ୍ଚଳର ବହୁ ସାହି ବସ୍ତି ଜଳମଗ୍ନରେ ଅବସ୍ଥାରେ ଶହେରୁ ଉର୍ଦ୍ଧ ପରିବାର ସହ ୨ଗୋଟି ଶିକ୍ଷାନୁଷ୍ଟାନ ଜଳବନ୍ଦୀ ଅବସ୍ଥାରେ ବୁଡି ରହିଛି । ସିଏମସି ୱାର୍ଡ ନମ୍ବର ୪୮ସମ୍ପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ବୁଡି ରହିଛି । ଏହି ୱାର୍ଡରେ ଅନେକ ସାହି ବସ୍ତି ବୁଡି ରହିଥିବାବେଳେ ଭୂବନପୁର ଅଞ୍ଚଳର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପରିବାର ସହ ୨ଟି ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ଶିଶୁ ବିଦ୍ୟା ମନ୍ଦିର ଓ ପ୍ରକାଶ ଟ୍ୟୁଟୋରିଆଲ ଜଳବନ୍ଦୀ ଅବସ୍ଥାରେ ଥିବାରୁ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି । ପୁନଶ୍ଚ ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ରୋଷେଇ ତ ଦୁରର କଥା ଘରୁ ବାହାରିବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡୁଛି । ସେମାନେ ଜଳ ନିଷ୍କାସନ ପାଇଁ ୱାର୍ଡ କର୍ପୋରେଟରଙ୍କୁ ଫୋନ କରିବାରୁ ସେମାନେ ମଧ୍ୟ ହାତଟେକି ଦେଇଛନ୍ତି । ତେବେ ସେଠାରେ ଆଗରୁ ପଡିଥିବା ପମ୍ପଟିକୁ ଅନ୍ୟତ୍ର ଲଗାଯାଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ୱାର୍ଡ କର୍ପୋରେଟରଙ୍କ ମନମାନି ଆଚରଣ ଯୋଗୁଁ ଏଭଳି ପରିସ୍ଥିତି ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ସେହିଭଳି ନୂତନ ଡ୍ରେନକୁ ସଫା କରା ନଯିବାରୁ ଅଞ୍ଚଳବାସୀ ହାତରୁ ପଇସା ଖର୍ଚ୍ଚ କରି ଡ୍ରେନ ସଫା କରାଇଥିଲେ । ବର୍ଷା ଦିନେ ରାସ୍ତା ଘାଟରେ ଡ୍ରେନ ପାଣି ଲହଡି ଖେଳୁଥିବା ଦେଖି ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ପକ୍ଷରୁ ଆଇବି ରୋଡ ମଙ୍ଗଳା ଗଡା ଠାରୁ ଫକିରପୁର, ଭୂବନପୁର ନଜରପୁର କେନାଲ ଦେଇ ସାଇଫନ ପ୍ରର୍ଯ୍ୟନ୍ତ ନୂତନ ଚଉଡା ଡ୍ରେନ ମଧ୍ୟ ନିର୍ମାଣ କରାଯାଇଥିଲା । କିନ୍ତୁ ଫଳ ଶୂନ । ସେହିପରି ଶିକାରୀପୁର ପାଗା ସାହି ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ପକାଯାଇଥିବା ଏକ ପମ୍ପ ସେଟ ବର୍ଷା ଜଳ ନିଷ୍କାସନ କରିବା ପରିବର୍ତ୍ତେ ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଶିକାରୀପୁର ଓସିସ କଲୋନୀରେ ମଧ୍ୟ ସେହିଭଳି ପରିସ୍ଥିତି ଉପୁଜିଛି । ଫକୀରପୁର ପଣ୍ଡାସାହିରେ କିଛି ମାସ ପୂର୍ବେ ଏକ ଫେବର ବ୍ଲକ ରାସ୍ତା ଓ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ଅଞ୍ଚଳବାସୀ ଭାବିଥିଲେ ଯେ ରାସ୍ତା ଘାଟ ଜଳ ବନ୍ଦୀ ସମସ୍ୟା ଦୁର ଯିବ ବୋଲି । ମାତ୍ର ଲଗାଣ ବର୍ଷାରେ ଯଥା ପୂବଂ ତଥା ପରଂ । ସେହିପରି ବଉଳେଇ ସାହି ଓ ନୂଆ ସାହି ମୂଖ୍ୟ ରାସ୍ତାରେ ଡ୍ରେନ ପାଣି ମୁଖ୍ୟ ରାସ୍ତା ଉପରେ ଜମା ହେବାରୁ ଲୋକେ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗୋଟିଏ ପଟେ ସିଏମସି ମେୟର ବିଭିନ୍ନ ୱାର୍ଡ଼ବୁଲି ପ୍ରଗତିର ଯେଉଁ ଡିଣ୍ଡିମ ପିଟୁଥିଲେ ଲଗାଣ ବର୍ଷା ପରେ ଏହାର ସ୍ପଷ୍ଟ ଚିତ୍ର ବାରି ହୋଇ ପଡ଼ୁଛି । ତେଣୁ ତୁରନ୍ତ ଅଞ୍ଚଳକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ