ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା
କଟକ(ଏନ୍.ଏମ୍.): ସିଏମସି ୪୮ ନମ୍ବର ୱାର୍ଡ଼ରେ ବିଜୁ ଜନତା ଦଳର ଏହି ଅସହ୍ୟ ଖରାରେ ହାତରେ ଛତା ଧରି ନିଆରା ଢଙ୍ଗରେ ପ୍ରଚାର ଦେଖିବାକୁ ମିଳିଥିଲା । ମାର୍ଚ୍ଚ ମାସ ଏହି ପ୍ରଚଣ୍ଡ ଖରାରେ ଶହେରୁ ଉର୍ଦ୍ଧ୍ୱ ବିଜେଡିର କର୍ମୀମାନେ ଏକ ପ୍ରକାର ନିଆରା ପ୍ରଚାର ବିଜେଡି ଦଳୀୟ ଛତା ନେଇ ଜଗତପୁର ଅଞ୍ଚଳରେ ବିଭିନ୍ନ ସାହି ବସ୍ତିରେ ପ୍ରଚାର କରିଥିଲେ । ଏହି ଅସହ୍ୟ ଖରାରେ ଭୋଟରମାନଙ୍କୁ ଘରୁ ନବାହାରନ୍ତୁ ଯଦି ଯୁଆଡେ ଯିବେ ସଙ୍ଗରେ ଛତା ନେଇ ଯିବା ପାଇଁ ବିଜେଡି ମହିଳାମାନେ ଭୋଟର ମାନଙ୍କୁ ବୁଝାଉଥିଲେ । ଜଗତପୁର ଅଞ୍ଚଳର ଶିକାରୀପୁର, ନଜରପୁର, ଫକିରପୁର, ଓସିସ କଲୋନି ଭଳି ବିଭିନ୍ନ ସାହି ବସ୍ତିରେ ବିଜୁ ଜନତା ଦଳର ମହିଳା କର୍ମୀମାନେ ହାତରେ ଖଣ୍ଡେ ଖଣ୍ଡେ ବିଜେଡି ଓ ଶଙ୍ଖ ଚିହ୍ନ ଥିବା ଛତା ଧରି ଏ ସାହିରୁ ସେ ସାହି ବୁଲି ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସମ୍ପର୍କରେ ଭୋଟରମାନଙ୍କୁ ବୁଝାଇ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଗୁହାରି କରୁଥିଲେ । ଏହି କାର୍ଯ୍ୟକ୍ରମରେ ୪୮ନମ୍ବର ୱାର୍ଡ ବିଜେଡି ପ୍ରାର୍ଥିନୀ ନଳିନୀ ବେହେରା, ପୂର୍ବତନ କର୍ପୋରେଟର ଅନିତା ମହାନ୍ତି, ବିଦୁଲତା ବିଶ୍ୱାଳ, ପଙ୍କଜିନୀ ମହାନ୍ତି, ନାଗେଶ୍ୱର ବେହେରା, ବିଜୟ ଭୂୟାଁ, ଅଞ୍ଜନା ବିଶ୍ୱାଳ, ଗୋପା ସାମଲ, ପ୍ରିୟଦର୍ଶିନୀ ଦେବତା, ମନୋରମା ନାୟକ, ଅନୁରାଧା ନାୟକ, ଶ୍ରଦ୍ଧାଞ୍ଜଳି ମୁଖାର୍ଜି, ମାତା ରାଉତ, ସତ୍ୟମ ନାୟକ, କାଳିକିଙ୍କର ମୁଖାର୍ଜୀ, ସତ୍ୟରଜଂନ ନାୟକ, କଲ୍ୟାଣି ଭୂୟାଁଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।