ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି

Photo By Kanhu Charan Panda

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ କର୍ପୋରେଟର ପ୍ରାର୍ଥିନୀ ନଳିନୀ ବେହେରାଙ୍କ ସହିତ ଦଳୀୟ କର୍ମୀ, ସମର୍ଥକମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ନିର୍ବାଚନ ପ୍ରଚାରରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ରାଲିରେ ଯୋଗ ଦେଇ ନଳିନୀଙ୍କ ସହିତ ୱାର୍ଡ ବୁଲିବାର ଦେଖିବାକୁ ମିଳିଥିଲା । ଏହିି ୱାର୍ଡରେ ବିଜେଡି ରାଲି ଆଗରେ ଅନ୍ୟ ରାଜନୌତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କର ରାଲି ସମ୍ପୂର୍ଣ୍ଣ ଫିକା ପଡି ଯାଇଛି । ୪୮ନମ୍ବର ୱାର୍ଡରେ ମୋଟ ୬ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନକୁ ଓହା୍ଳଇଥିବାବେଳେ ବିଜେଡି, ବିଜେପି, କଂଗ୍ରେସ, ସ୍ୱାଧିନ ନଡିଆଗଛ(ଚିହ୍ନ), ତାଲା ଚାବି ଓ ମାଠିଆ ଚିହ୍ନ ମଧ୍ୟରୁ ଶାସକ ଦଳ ବିଜେଡି ଶେଷ ଦିନ ତାର ଶକ୍ତି ପର୍ଦଶନ କରିଛି । ଏହା ଦେଖି ଅନ୍ୟ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ଆବା କାବା ହୋଇଯାଇଛନ୍ତି । ଆଜି ଅପରାହ୍ନରେ ବିଜୁ ଜନତା ଦଳ କର୍ପୋରେଟର ପ୍ରାର୍ଥୀନୀ ନଳିନୀ ବେହେରା କୃଷ୍ନେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରରେ ୨ଗୋଟି ଡିଜେ ସାଉଣ୍ଡ ସହ ବିଭିନ୍ନ ପାରମ୍ପାରିକ ବାଦ୍ୟର ତାଳେ ତାଳେ ୫ଶହରୁ ଅଧିକ ବାଇକ,୫୦ ଅଟୋ ଓ ହଜାରେରୁ ଉର୍ଦ୍ଧ ସମର୍ଥକମାନଙ୍କୁ ସାଙ୍ଗରେ ଧରି ନଜରପୁର, ଶିକାରୀପୁର, ବଉଳେଇ, ଫକିରପୁର, ଲକ୍ଷ୍ମଣପୁର ଓ ପୁରୁଣା ଜଗତପୁର ଦେଇ ବିଭିନ୍ନ ସାହି ବସ୍ତି ପରିକ୍ରମା କରିଥିଲେ । ଏହି ରାଲିରେ ଲୋକମାନଙ୍କର ବେଶ ଜନ ସମର୍ଥନ ଦେଖିବାକୁ ମଳିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ