ଜଗତପୁର ୧୬ନମ୍ବର ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ, ମୁଣ୍ଡରେ ହାତଦେଲେ ବ୍ୟବସାୟୀ

ଜଗତପୁର ୧୬ନମ୍ବର ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ, ମୁଣ୍ଡରେ ହାତଦେଲେ ବ୍ୟବସାୟୀ

ଜଗତପୁର ୧୬ନମ୍ବର ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ, ମୁଣ୍ଡରେ ହାତଦେଲେ ବ୍ୟବସାୟୀ

News by Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଜାତୀୟ ରାଜପଥ କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ତେବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି । ରାଜପଥ ପ୍ରାଧିକରଣ ପକ୍ଷରୁ ସରକାରୀ ଜାଗାରେ ଗଢି ଉଠିଥିବା ଦୋକାନ ବଜାର ଗୁଡିକୁ ସିଏମସି ସହାୟତାରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ଜଗତପୁର ଅଞ୍ଚଳରେ ପୂର୍ବରୁ ଥଇଥାନ କରାନଯାଇ କିମ୍ବା ଭେଣ୍ଡିଂଜୋନ ନଦେଇ ଉଚ୍ଛେଦ କରାଯାଇଥିଲା । ଫଳରେ ଶହ ଶହ ପରିବାର ଯେଉଁମାନେକି ରାସ୍ତାକଡ଼ରେ ଛୋଟିଆ ଛୋଟିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ ସେମାନେ ରୋଜଗାର ହରାଇ ନାହିଁନଥିବା ହଇରାଣ ହୋଇଥିଲେ । ତେବେ ଏନ.ଏଚ-୧୬ ଉନ୍ନତିକରଣ ପରେ କିଛି ଲୋକ ରାସ୍ତା କଡରେ ଦୋକାନ ଖଣ୍ଡେ କରି ନିଜ ପରିବାର ପ୍ରତି ପୋଷଣ କରୁଥିବାବେଳେ ଆଜି ପୁଣି ଉଚ୍ଛେଦ କରାଯାଇଛି । ଯାହା ସେମାନଙ୍କ ଦୋକାନ ଉପରେ ନୁହେଁ ସେମାନଙ୍କ ଛାତି ଉପରେ ବୁଲଡୋଜର ଚଲାଯାଉଛି ବୋଲି ବ୍ୟବସାୟୀମାନେ କ୍ଷୋଭର ସହ କହିଛନ୍ତି । ପ୍ରଥମେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାସ୍ଥା ଚଉଡା କରିବା ନିମନ୍ତେ ଜଗତପୁର ଅଞ୍ଚଳର ଅନେକ ଦୋକାନ ବଜାର ଭାଙ୍ଗି ଦିଆ ଯାଇଥିଲା । ଆଉ ଏବେ ଏନ.ଏଚ.ଏ.ଆଇ ପକ୍ଷରୁ ରାସ୍ତା ଚଉଡା କରିବା ପାଇଁ ରାସ୍ତା କଡରେ ଗଢି ଉଠିଥିବା ଅନେକ ଦୋକାନ ବଜାର ଗୁଡିକୁ ଭାଙ୍ଗି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୧ ଘଟିକା ସମୟରେ ଏନ.ଏଚ.ଏ. ଆଇ ଅଧିକାରୀ, ସିଏମସି ଡେପୁଟି କମିଶନର ଓ ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ୨ପ୍ଲାଟୁନ ପୋଲିସ ର୍ଫୋସ, ଦୁଇଟି ବୁଲଡ୍ରୋଜର ନେଇ ଜଗତପୁର ଗୋଲେଇ ଛକଠାରେ ଉଚ୍ଛେଦ ଆରମ୍ଭ ହୋଇଥିଲା । ଆଜି ପ୍ରଥମ ଦିନରେ ମାପଚୁପ ଭୁଲ ହୋଇଥିବାରୁ ମାତ୍ର ୪ ଗୋଟି ଦୋକାନ ଗୃହ ଉଚ୍ଛେଦ କରାଯାଇଛି । ଛୋଟ ମୋଟ ଦୋକାନ ଏନ.ଏଚ.ଆଇ ପକ୍ଷରୁ ଭଙ୍ଗାଯାଇଥିବା ବେଳେ ଜଗତପୁର ଗୋଲେଇଛକ ସ୍ଥିତ କୈଳାଶ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରକୁ ମାଡି ରହିଥିବା ଏକ ବିରାଟ ଗୃହକୁ ନଭାଙ୍ଗିବା ଫଳରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏଥି ଯୋଗୁ ଭଙ୍ଗା ଅଭିଯାନ ବନ୍ଦ ରଖାଯାଇଥିଲା । ମାପଚୁପ ଶେଷ ହେବା ପରେ ଆସନ୍ତା କାଲି ପୁଣି ଉଚ୍ଛେଦ କାର୍ଯ୍ୟ ଚାଲିବ ବୋଲି ସିଏମସି ଡେପୁଟି କମିଶନର ଅଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ