ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ପୌରହିତ୍ୟରେ ଏହି ଶିବିରକୁ ୪୯ନଂ ୱାର୍ଡ କର୍ପୋରେଟର ତଥା କଟକ ମହାନଗର ଡେପୁଟି-ମେୟର ଦମୟନ୍ତୀ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ । ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ ଓ ଦୟାନିଧି ନାୟକ ଉପସ୍ଥିତ ରହିଥିଲେ । ଏହି ଶିବିରରେ ମୋଟ ୭୩ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୧୫ ଜଣଙ୍କ ଠାରେ ମୋତିଆବିନ୍ଦୁ ଲକ୍ଷଣ ଥିବାରୁ ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଛି । ଡକ୍ଟର ଅଗ୍ରୱାଲା ଚକ୍ଷୁ ଚିକିତ୍ସାଳୟର ଟେକ୍ନିସିଆନ ମାନଙ୍କ ଦ୍ୱାରା ଉକ୍ତ ଶିବିରରେ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସଂଘ ପକ୍ଷରୁ ଉପସଭାପତି ଅଲେଖ ଚନ୍ଦ୍ର ବେହେରା, ଉପଦେଷ୍ଟା ଅଶୋକ କୁମାର ବିଶ୍ୱାଳ ଓ ତ୍ରିଲୋଚନ ପଣ୍ଡା, କୋଷାଧ୍ୟକ୍ଷ ମାଗୁଣି ଚରଣ ବାରିକ, ଅଶୋକ କୁମାର ଭୂୟାଁ, ସୁବାସ ରାଉତ, ମଳୟ ବିଶ୍ୱାଳ, ବିଚିତ୍ର ଜେନା, ମାଧବ ବିଶ୍ୱାଳ ଓ ଆଲୋକ କୁମାର ଜେନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦୁଇ ଦିନ ଯାଏଁ ଚକ୍ଷୁ ପରୀକ୍ଷା ଜାରି ରହିବ ବୋଲି ସଂଘ ସଭାପତି ଶ୍ରୀ ଜେନା କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ