ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଜଗତପୁର ଟୁର୍ଣ୍ଣାମେଣ୍ଟ ନନ୍‌ଷ୍ଟପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ନିମପୁର ଖେଳ ପଡିଆରେ ଦୁଇ ଦିନ ବ୍ୟାପି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଡାକ୍ତର ସରୋଜ ସାହୁ, ସମାଜସେବୀ ମାନସ ନାୟକ, ପ୍ରାନ୍ତିକ୍ ପରିଡା ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କଟକ ବ୍ଲୁ ମୁନ୍ ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲାବେଳେ କଟକ ଉଇଣ୍ଡ୍ ଏକାଦଶ ରନର୍ସଅପ ହୋଇଥିଲା । ଏହି ଟୁଣ୍ଣାମେଣ୍ଟରେ ଦେବାଶିଷ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାନଅଫଦ ସିରିଜ ଭାବେ ବିବେଚିତ କରାଯାଇଥିଲା । ନନ୍‌ଷ୍ଟପ କ୍ରିକେଟ କ୍ଲବର ପ୍ରକାଶ ସାହୁ, ସୌମ୍ୟ ତନ୍ମୟ ମହାନ୍ତି, ରାକେଶ ଦାସ, ସୁଭ୍ରାଶୁଂ ଦାସ, ଆସୁତୋଷ ଓଝା, ସ୍ମୃତି ରାଉତ ପ୍ରମୁଖ ଏହି ମ୍ୟାଚକୁ ପରିଚାଳନା କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ