ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ‘ଜଗତପୁର ଉଠାଦୋକାନୀ ମହାସଙ୍ଘ’ ପକ୍ଷରୁ ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜଗତପୁର ଅଞ୍ଚଳର ଉଠାଦୋକାନୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ଜଗତପୁର ଗୋଲେଇଛକ ସ୍ଥିତ “ଶ୍ରୀରାମ କୁଟୀର ମଠ’ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା, କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା, ଜଗତପୁର ବ୍ୟବସାୟୀ ସଂଘ କର୍ମକର୍ତ୍ତା ଅଲେଖ ଚନ୍ଦ୍ର ବେହେରା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ପୂଜାକମିଟି କର୍ମକର୍ତ୍ତା ସଚ୍ଚିଦାନନ୍ଦ ଶୁକ୍ଳ, ଜଗତପୁର ଷ୍ଟେସନ ବଜାର କମିଟି ସଭାପତି ଶୁଭ୍ରାଂଶୁ ଶେଖର ପଣ୍ଡା, କୃଷ୍ଣେଶ୍ୱର ବଜାର କମିଟି ସଭାପତି ତପନ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉଠାଦୋକାନୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଡକ ସମ୍ପ୍ରସାରଣ ଆଳରେ ଷ୍ଟେସନବଜାର ଓ କୃଷ୍ଣେଶ୍ୱର ବଜାର ଗତ ବର୍ଷକ ତଳୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ଭେଣ୍ଡିଙ୍ଗଜୋନ ଜରିଆରେ ଦୋକାନ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜାଗାଚିହ୍ନଟ କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ପୁଣି ବିରୂପା ବ୍ୟାରେଜ ଠାରୁ ଆଇବି ରୋଡ଼ ଦେଇ ବଟ ଛକ ଯାଏ ରାସ୍ତା କଡ଼ ଦୋକାନ ଉଚ୍ଛେଦ ପାଇଁ ପ୍ରଶାସନର ତାଗିଦ ଯୋଗୁଁ ଦୋକାନୀମାନେ ଆତଙ୍କିତ ଅବସ୍ଥାରେ ଥିବା ଦୋକାନୀମାନେ କହିଥିଲେ । ଆଗାମୀ ଦିନରେ ମହାସଙ୍ଘ ପକ୍ଷରୁ ଏ ବାବଦରେ ଜିଲ୍ଲା ପ୍ରଶାସନ ଓ ସିଏମସି ପ୍ରଶାସନକୁ ଲିଖିତ ଦାବିପତ୍ର ପ୍ରଦାନ ପରେ କାର୍ଯ୍ୟ ନହେଲେ ମହାସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗନ୍ଧର୍ବ ଦାସ, ମନୋଜ ମହାନ୍ତି, ଅଭୟ ମହାନ୍ତି, ପୁଷ୍ପେନ୍ଦୁ ପଣ୍ଡା, ରମେଶ ବେହେରା, ଜଗନ୍ନାଥ ଶତପଥୀ, ଚିତ୍ତରଞ୍ଜନ ମହାନ୍ତି, କାହ୍ନୁଚରଣ ସ୍ୱାଇଁ, ଅଜୟ ବେହେରା, ସୁକାନ୍ତ ଦଳାଇ, ଜୟନ୍ତ ଶୁକ୍ଳ, ରଞ୍ଜନ ବିଶ୍ୱାଳ, ଯୋଗେନ୍ଦ୍ର ବେହେରା, ପବିତ୍ର ଜେନା, ଭରତ ତରାଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ