ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର

ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର

ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର

News by Kanhucharan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଟ୍ରକ ୫ଟି ବାଇକ୍ ଓ ୨ଟି କାର୍ ଉପରକୁ ମାଡ଼ିଯିବା ଯୋଗୁଁ ୬ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଫଳ ବ୍ୟବସାୟୀ ହୋଇଥିବାବେଳେ ତାଙ୍କ ନାମ ସୁବାସ ସାହୁ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସାଲେପୁର-ଖଇରା ରାସ୍ତାର ଜନଗହଳି ପୂର୍ଣ୍ଣ ଖଇରା ପୋଲ ନିକଟରେ ଖୋଲିଥିବା ଏକ ଫଳ ଦୋକାନରେ ବହୁଲୋକ ଫଳକିଣୁଥିଲେ । ରାସ୍ତାକଡ଼ରେ ଗାଡ଼ିଗୁଡ଼ିକ ରଖି ଲୋକେ ଫଳ କିଣିବା ସମୟରେ ଗୋଟିଏ ଟ୍ରକ୍ ଦୃତଗତିରେ ଆସି ରାସ୍ତା ପାର୍ଶ୍ୱରେ ରହିଥିବା ବାଇକ୍ ଓ କାରଗୁଡ଼ିକୁ ଧକ୍କା ଦେଇଥିଲା । ଏହି ଗାଡ଼ିଗୁଡ଼ିକ ଫଳ ଦୋକାନ ଭିତରେ ପଶି ଯାଇଥିଲା । ଏଥି ସହିତ ଟ୍ରକ ମଧ୍ୟ ଫଳ ଦୋକାନ ଉପରକୁ ମାଡ଼ି ଯାଇଥିଲା । ଫଳରେ ଏହି ସମୟରେ ବାଇକ୍ ଧରି ଠିଆ ହୋଇଥିବା, କାର ଭିତରେ ଥିବା ଲୋକେ, ଫଳ କିଣୁଥିବା ବହୁ ଗ୍ରାହକ ଓ ଦୋକାନୀମାନେ ଆହତ ହୋଇଥିଲେ । ଖବର ପାଇ ଜଗତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିଛି । ଆହତମାନଙ୍କୁ ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ି ଯୋଗେ କଟକ ବଡ ମେଡିକାଲକୁ ପଠାଇ ଚିକିତ୍ସା କରାଯାଉଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ