ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ହିନ୍ଦୁ ଧର୍ମର ପବିତ୍ର ସାବିତ୍ରୀ ବ୍ରତ ପାଇଁ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏପରିକି ଫଳ ଦୋକାନ ଠାରୁ ଆରମ୍ଭ କରି ଶାଢ଼ୀ ଦୋକାନ ପର୍ଯ୍ୟନ୍ତ ଭିଡ ହିଁ ଭିଡ । ବଜାରଘାଟ ଭିଡରେ ପଶି ହେଉନଥିବାବେଳେ ଜଗତପୁର ୪୯ନମ୍ବର ୱାର୍ଡ ସ୍ଥିତ ଖଇରା ପୋଲ ନିକଟରେ ଥିବା ଏକ ଫଳ ଦୋକାନରେ ଅହେତୁକ ଭିଡ ଦେଖିବାକୁ ମିଳିଛି । ଏଠାକୁ ଫଳ ପାଇଁ ଲୋକେ ଜଗତପୁର ଗୋଲେଇଛକ ନିକଟରେ ଥିବା ଫଳ ମାର୍କେଟକୁ ନଯାଇ ସେଠାରୁ ପ୍ରାୟ ୨ କିଲୋମିଟର ଦୁରକୁ ଆସି ଫଳ କିଣୁଥିବା ଦେଖିବାକୁ ମିଳିଛି । ଏହି ଦୋକାନରେ ଫଳ ସବୁ ଏଭଳି ଭାବେ ସଜା ହୋଇ ରଖାଯାଇଛି ଯେ କେହିବି ସେଠାରେ ଅଟକି ଯିବେ । ତେବେ ସାବିତ୍ରୀ ବ୍ରତ କାହିଁ କେତେ କାଳରୁ ପାଳନ ହେଉଛି ତାହାର ହିସାବ ନାହିଁ । ସାବିତ୍ରୀ ସତ୍ୟବାନଙ୍କୁ ଯମଙ୍କ ନିକଟରୁ ଜୀବିତ ଅବସ୍ଥାରେ ଫେରାଇ ଆଣିଥିଲେ । ତେଣୁ ସମସ୍ତ ସଧବା ନାରୀମାନେ ଏହି ବ୍ରତକୁ ବଡ଼ ନିଷ୍ଠାର ସହ ପାଳନ କରିଥାନ୍ତି । ତେଣୁ ଏହି ବ୍ରତରେ ବିଶେଷ କରି ଫଳମୂଳର ଆବଶ୍ୟକତା ଥିବାରୁ ଏବେ ଫଳର ଚାହିଦା ବେଶ ବଢ଼ିଯାଇଛି । ଅନ୍ୟପକ୍ଷରେ ଦୋକାନରେ ସତ୍ୟବାନମାନଙ୍କ ଫଳ ଦର ସୁଣି ତାଙ୍କ ପକେଟରେ ନିଆଁ ଲାଗିଯାଉଛି । ଫଳଦର ଆକାଶ ଛୁଆଁ ହୋଇଥିବା ବେଳେ ଯେଉଁ ଲୋକ କିଲେ କି ଦୁଇ କିଲୋ ଫଳ ନେବା କଥା ସେ ସବୁ ଫଳରୁ ଗୋଟିଏ ଦୁଇଟି ଫଳ ନେଉଥିବା ଦେଖିବାକୁ ମିଳିଛି । ଆମ୍ବ କିଲୋ ପ୍ରତି ୧୫୦ରୁ ୧୮୦ ଟଙ୍କା ଥିବା ବେଳେ ସେଓ କିଲୋ ୧୫୦ରୁ ୨୨୦ଟଙ୍କା, ଅଙ୍ଗୁରୁ ୧୫୦ରୁ ୧୮୦ ଟଙ୍କା, କମଳା ୧୪୦ରୁ ୧୬୦ ଟଙ୍କା ଓ କଦଳୀ ଡର୍ଜନ ୬୦ରୁ ଆରମ୍ଭ ହୋଇ ୯୦ ଟଙ୍କା ପ୍ରର୍ଯ୍ୟନ୍ତ ରହିଛି । ଆଉ ଲିଚୁ କୋଳିର ନାଁ ନଧରିବା ଭଲ । ଅନ୍ୟ ଫଳ ଦୋକାନ ମାନଙ୍କ ଅପେକ୍ଷା ଏହି ଫଳ ଦୋକାନରେ ଦାମ କମ ଥିବାରୁ ଏହି ଦୋକାନରେ ଅଧିକ ଭିଡ ଦେଖିବାକୁ ମିଳିଛି । ଏହି ଦୋକାନର କୌଣସି ନାମ ରଖାଯାଇନଥିଲେ ବି ସୁଲଭ ମୂଲ୍ୟ ଓ ଆର୍କଷଣୀୟ ସାଜସଜା ସହ ଭିନ୍ନ ଭିନ୍ନ ଶୈଳିରେ ଫଳର ନାମ ଓ ଏହାର ଉପକାରିତା ବିଷୟରେ ରାସ୍ତା ଉପରେ ଚିଲାଇ ଲୋକମାନଙ୍କୁ ଡାକି ନିଜ ଆଡକୁ ଆକର୍ଷିତ କରୁଛନ୍ତି । ଏହି ଫଳ ଦୋକାନରେ ପ୍ରାୟ ୧୫ ଜଣ କର୍ମଚାରୀ ଥିବାବେଳେ ୨ ଜଣ କର୍ମଚାରୀ ଗାଡି ମଟର ପାର୍କିଙ୍ଗ ବ୍ୟବସ୍ଥାରେ ଲାଗିଥିବା ଦେଖିବାକୁ ମଳିଛି । ଏହି ଫଳ ଦୋକାନଟି ସାଲେପୁର ଓ କେନ୍ଦ୍ରାପଡା ମୁଖ୍ୟରାସ୍ତା କଡରେ ଥିବାରୁ ଏହି ଦୋକାନରେ ପ୍ରବଳ ଗହଳି ହୋଇଥିଲା ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ