ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

News by Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ତହସିଲ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ଜଗତପୁର ଅଞ୍ଚଳରେ ଥିବାବେଳେ ଏହାକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଛି । ତେବେ ଏହି କାର୍ଯ୍ୟାଳୟର ସ୍ଥାନାନ୍ତର ବାତିଲ ଦାବିରେ ଜଗତପୁର ଅଞ୍ଚଳରେ ଜନସାଧାରଣ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦୀର୍ଘ ୩୯ବର୍ଷ ତଳୁ ଗମନାଗମନ ଇତ୍ୟାଦି ସୁବିଧା ଦୃଷ୍ଟିରୁ ଜଗତପୁର ଠାରେ ତହସିଲ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଇ ଆସୁଅଛି । ମାତ୍ର ଏବେ ଏହି ତହସିଲ୍ କାର୍ଯ୍ୟାଳୟଟି ଜଗତପୁରରୁ ଟାଙ୍ଗୀକୁ ଉଠିଯିବା ଜାଣିବା ପରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ଜଗତପୁରରୁ ସ୍ଥାନାନ୍ତର ନକରିବାକୁ ଦାବିରେ ସ୍ଥାନୀୟ ଡାକବଙ୍ଗଳା ଠାରେ ଏକ ସର୍ବଦଳୀୟ ପ୍ରତିବାଦ ସଭା କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଜଗତପୁର ଓ ଚୌଦ୍ୱାରରୁ ଦୁଇଶହରୁ ଉର୍ଦ୍ଧ୍ୱ ମୁରବୀ ଓ ସାମାଜିକ କର୍ମୀ ଏବଂ ସର୍ବଦଳୀୟ ରାଜନୈତିକ କର୍ମୀ ଏକାଠି ହୋଇ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଯୁବନେତା ମାନସ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଗମନା ଗମନର ସୁବିଧା ଦୃଷ୍ଟିରୁ ଜଗତପୁର ଠାରେ ତହସିଲ୍ କାର୍ଯ୍ୟାଳୟ ରହିବାକୁ ଦାବି କରାଯିବା ସହ ଚୌଦ୍ୱାର ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଆଇନଜୀବୀ ନୀରୋଦ ଚନ୍ଦ୍ର ପଣ୍ଡା, ପୁର୍ବତନ କର୍ପୋରେଟର ଅନିତା ମହାନ୍ତି, ୪୪ମଣ୍ଡଳ ରାଜଦୋଳ ସମିତି ସର୍ବାଧିକାରୀ ଦୀପକ ମଙ୍ଗରାଜ, ଶିକ୍ଷାବିତ୍ କରୁଣାକର ଦାସ୍‌, ଚୌଦ୍ୱାର କାଉନସିଲର ଦିଲ୍ଲୀପ ଭୂୟାଁ, ବରିଷ୍ଠ ମୂରବୀ ବନବିହାରୀ ଦଳାଇ, ମହେନ୍ଦ୍ର ମହାନ୍ତି, ଯୁବସଂଗଠକ ଲଳିତେନ୍ଦୁ ଶତପଥୀ, ବିଶ୍ୱଜିତ୍ ମହାନ୍ତି, ମାନସ ନାୟକ, ଓମପ୍ରକାଶ ପଣ୍ଡା, ତିର୍ଥାନନ୍ଦ ପଣ୍ଡା, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ଗୋବର୍ଦ୍ଧନ ସାହୁ, ଐଶୂର୍ଯ୍ୟ ପଣ୍ଡା, ଇତିଶ୍ରୀ ପଣ୍ଡା, ଗୀତାଞ୍ଜଳି ସେନାପତି, ବିଜୟ ମିଶ୍ର, ହରିହର ପରିଡ଼ା, ବରିଷ୍ଠ ନାଗରିକ ସଂଘ କର୍ମକର୍ତ୍ତା ରବୀନ୍ଦ୍ର ପରିଡ଼ା, ପଦ୍ମନାଭ ବେହେରା, ଅରୁଣ ଭୂୟାଁ, ଆବାସ ମଲ୍ଲିକ, ଦିଲ୍ଲୀପ ଚୌଧୁରୀ, ବିଭୁତି ଭୂଷଣ ବାରିକ୍‌, ପ୍ରବୀର୍ ରଥ ପ୍ରମୁଖ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ । ଆବାହକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ