ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୁଲିସ୍ ପଞ୍ଝାରେ ୭ଜଣ ଚୋର ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ନାବାଳକ ଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଚୌଦ୍ୱାର ଅଞ୍ଚଳର ବିଭିନ୍ନ ଦୋକାନ, ଘର, ଓ ମନ୍ଦିରମାନଙ୍କରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ତେବେ ବାରମ୍ବାର ଚୋରି ହେବା ନେଇ ଅଭିଯୋଗ ହେବା ନେଇ ପୁଲିସର ନିଦ ହଜିଯାଇଥିଲା । ଗତ ୧୩ ତାରିଖ ଦିନ ମୁନିସିପାଲଟି ହାଇସ୍କୁଲରେ ଜଗୁଆଳୀ ଭାବେ କାମକରୁଥିବା ବ୍ରହ୍ମାନନ୍ଦଙ୍କ ଘରୁ ଚୋରି ହେବା ନେଇ ଅଭିଯୋଗ ମିଳିବା ପରେ ଚୌଦ୍ୱାର ଥାନା ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଚୋରମାନଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଥିବା ଜଣାପଡ଼ିଛି । ତଦନ୍ତ ବେଲେ ଏହି ଚୋରିରେ ୭ଜଣ ସାମିଲ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ଚୁଡାଖିଆ ଅଞ୍ଚଳ ମୁଣ୍ଡାସାହିର ମାଟୁ ତାମୁଡ଼ିଆ, ବାବୁ ତାମୁଡ଼ିଆ ଓ ହାଉସିଂବୋର୍ଡ ଜଗନ୍ନାଥପଡ଼ାର ପିତବାସ ସାହୁଙ୍କ ସମେତ ୪ଜଣ ନାବାଳକ । ସେମାନଙ୍କ ନିକଟରୁ ୪ଟି ସୁନାଚେନ, ଗୋଟିଏ ହାର, ୫ଟି ସୁନା ମୁଦି, ଦୁଇ ହଳ ସୁନା କାନଫୁଲ, ଗୋଟିଏ ଶଙ୍ଖା, ଲକେଟ୍ ଗୋଟିଏ, କାନଫୁଲ ଗୋଟିଏ, ରୁପା ଗରା, ବହୁ ପିତଳ ସାମଗ୍ରୀ ସହ ନଗଦ ୯୩୯୦ ଟଙ୍କା ଜବତ କରିଛି । ତେବେ ଏହି ଚୋରି ବିଷୟରେ ସିସିଟିଭି ଫୁଟେଜ ଆଧାରରେ ଜଣାପଡ଼ିଥିବାବେଳେ ଚୋରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ