ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

News by Smruti Ranjan Tripathy (Choudwar)

#ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାରର ପ୍ରସିଦ୍ଧ କୁମାରୋତ୍ସବ ଓ ରୂପଯାତ୍ରା ଆୟୋଜନ ପାଇଁ ପୌରପାଳିକା, ରୂପଯାତ୍ରା କମିଟି, କମିଶନରେଟ ପୁଲିସଙ୍କ ସମେତ ବିଭିନ୍ନ ସେବା ଯୋଗାଉଥିବା ସମସ୍ତ ସରକାରୀ ବିଭାଗ ଅଧିକାରୀଙ୍କୁ ନେଇ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ବୈଠକରେ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପୌରହିତ୍ୟ କରିଥିବାବେଳେ ମୂଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ରୂପଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ପୌର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ପୌର ପାଳିକା ତରଫରୁ ମେଢ଼ ଭସାଣି ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ, ଆଲୋକିକରଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥାକୁ ଜରୁରୀ କାଳୀନ ଭିଭିରେ କାର୍ଯ୍ୟକାରୀ କରିବାକୁ ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ରଙ୍କୁ ଶ୍ରୀ ବିଶ୍ୱାଳ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା କମିଟି ସଭାପତି ସୁବୋଧ କୁମାର ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ, ପ୍ରେମଚାନ୍ଦ ନାୟକ, ବିଷ୍ଣୁଚରଣ ପରିଡ଼ା, ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ, ଜନ ସାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଶମ୍ଭୁନାଥ ସେଠୀ, ଟାଟା ପାୱାର ଏସଡ଼ିଓ ସମୀରକାନ୍ତ ପଢିହାରୀ, ରାସ୍ତା ଓ ଗୃହ ନିର୍ମାଣ ଏସଡିଓ ବସନ୍ତ କୁମାର ବେହେରା, ଏନ୍‌ଏଚଆଇର ନିର୍ମାଣଧିନ ଠିକାସଂସ୍ଥା, ଦମକଳ ବିଭାଗ ଆଦିର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚୌଦ୍ୱାର ପୌରପାଳିକାର ସମସ୍ତ ପାରିଷଦମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ