ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି

News by Kanhu charan Panda (Jagatpur)

#କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ମହାନ ଜନନାୟକ, ପ୍ରବାଦ ପରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ସକାଳ ୬.୩୦ଘଟିକା ସମୟରେ ଚୌଦ୍ୱାରସ୍ଥିତ ବିରୁପା ନଦୀରେ ତିଳତର୍ପଣ ସହ ବିରୁପା ଛକ ଓ ଯୋବ୍ରା ଆନ୍ନିକଟ ଠାରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୁନଶ୍ଚ ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପ ଠାରେ ଆୟୋଜିତ ସ୍ମୃତି ସଭାରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା । ସେହିଭଳି ଚୌଦ୍ୱାର ଗାନ୍ଧୀଛକସ୍ଥିତ ଟାଉନ ହଲ ଠାରେ ଓଡିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୧୦୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଅବସରରେ ଚୌଦ୍ୱାର ଇ.ଏସ୍‌.ଆଇ. ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ, ହିନ୍ଦ ସେବକ ସଂଘ ଆଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟାନ୍ନ ଭୋଜନ, ଜଗତପୁର ନିମପୁରସ୍ଥିତ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପ ଦାନ କରାଯାଇଥିଲା । ବିଜୁ ବାବୁ ଜଣେ ବିଶିଷ୍ଠ ରାଷ୍ଟ୍ରନୀତିଜ୍ଞ, ମହାନ ଜନନାୟକ, ପ୍ରବାଦ ପୁରୁଷ ଓଡିଶାବାସୀଙ୍କ ସ୍ୱାଭିମାନ, କିମ୍ବଦନ୍ତୀ ପୁରୁଷ ଓ ବିକାଶ ପୁରୁଷ ଥିଲେ । ତାଙ୍କ ମୃତ୍ୟୁର ଏତେ ଦିନ ପରେ ମଧ୍ୟ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ଆଜି ସାଢେ ଚାରିକୋଟି ଓଡିଆ ହୃଦୟରେ ବସାଇଛନ୍ତି । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଶପଥ ପାଠରେ ମହାନ ଜନନାୟକ ବିଜୁବାବୁଙ୍କ ବିଚାରଧାରା, ତ୍ୟାଗ, ସେବା, ସଂଗ୍ରାମ ଓ ସ୍ୱାଭିମାନରେ ବ୍ରତୀ ହୋଇ ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ନୂତନ ଓଡିଶା ଗଢିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଶପଥ ପାଠ କରିବା ସହିତ ଉପସ୍ଥିତ କର୍ମୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ । ଏହି କାଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି ମେୟର ସୁବାଷ ଚନ୍ଦ୍ର ସିଂ, ଡେପୁଟୀ ମେୟର ଦମୟନ୍ତୀ ମାଝୀ, ଚୌଦ୍ୱାର ପୌରପାଳିକା ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲ, କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଝିଲ୍ଲୀ ବିହାରୀ, ପ୍ରମିଳା ମହାନ୍ତି, ପ୍ରଳୟା ବେଉରା, ଇଂ.ସୁବ୍ରତ ଘଡାଇ, ନଳିନୀ ବେହେରା, ସୌଭାଗିନୀ ଜେନା, ଅରବିନ୍ଦ ଜେନା, ମଧୁସ୍ମିତା ବାରିକ, ଜତୀନ କୁମାର ବେହେରା, ତାପସ ରଞ୍ଜନ ସାମନ୍ତରାୟ, ୧୧ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଜୋସ୍ନାରାଣୀ ସୁବୁଦ୍ଧିରାୟ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡା, ବିଧାୟକଙ୍କ ପ୍ରତିନିଧି- ରମାକାନ୍ତ ଲେଙ୍କା, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଉପାଧ୍ୟକ୍ଷା ସୁପ୍ରୀୟା ଜେଠୀ, ସରପଞ୍ଚ ଶୈଳବାଳା ନାୟକ, ଦିଲ୍ଲୀପ ଭୋଇ, ସନ୍ଧ୍ୟାରାଣୀ ରାଉତ, ସମିତି ସଭ୍ୟା ବନ୍ଦନା ସ୍ୱାଇଁ, ରୀତା ରାଉତ ଜିଲ୍ଲା କମିଟି ପ୍ରଶାନ୍ତ ନାୟକ, ଶିବେନ୍ଦ୍ର ହାତୀ, ଏସିବି ମେଡିକାଲର ଉପଦେଷ୍ଠା ଦିଲ୍ଲିପ କୁମାର ସାହୁ, ରାଜ୍ୟ ଯୁବ ଯୁଗ୍ମ ସଭାପତି ଅର୍ଜୁନ ପଣ୍ଡା, ଜିଲ୍ଲା ଯୁବ ସଭାପତି ସ୍ମୃତି ରଂଜନ ନାୟକ, ରାଜ୍ୟ ଛାତ୍ର ଉପସଭାପତି ଭବାନୀ ଶଙ୍କର ଦାସ ପ୍ରମୁଖ ବହୁ କର୍ମୀ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ