ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍ଯାପିତ
ଚୌଦ୍ୱାର(ଏନ୍.ଏମ୍.): ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଆଜି ଶେଷ ହୋଇଛି । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଅର୍ଥାତ୍ ୧ ମାସ ୧୫ ଦିନ ଧରି ସାରା ରାଜ୍ୟରେ ବିଜୁ ଜନତା ଦଳର ସମସ୍ତ କର୍ମୀ, ବିଧାୟକ, ମନ୍ତ୍ରୀ ଗାଁଠୁ ସହର ଚାରିଆଡ଼େ ପଦଯାତ୍ରା କରି ନିଜ ଦଳର ତଥା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଜନହିତକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ସେମାନଙ୍କ ସୁଖଦୁଃଖରେ ପ୍ରତ୍ୟେକ୍ଷ ଭାବେ ରହିବା, ଦଳକୁ ତୃଣମୂଳସ୍ତରରୁ ସୃଦୃଢ଼ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଆଜି କଟକ ଠାରୁ ପଦଯାତ୍ରା ଆରମ୍ଭ ହୋଇ ଚୌଦ୍ୱାର ଠାରେ ଶେଷ ହୋଇଥିଲା । ସ୍ଥାନୀୟ ବାଣୀପଦା ପଞ୍ଚାୟତର ଦେବୀନଗର ଠାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ବାଣୀପଦାର ପୂର୍ବତନ ସରପଞ୍ଚ ତ୍ରିଥାନନ୍ଦ ସୁବୁଦ୍ଧିରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହିତ କଟକର ବିଭିନ୍ନ ୱାର୍ଡର କାଉସିଲରଙ୍କ ସହ ବିଜେଡିର ବହୁ କର୍ମକର୍ତ୍ତା, ଜଗତପୁର ଅଞ୍ଚଳ ବହୁ ବିଜେଡ଼ି କର୍ମକର୍ତ୍ତା, ଚୌଦ୍ୱାରର ପୌରପାଳିକା ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ପ୍ରେମଚାନ୍ଦ ନାୟକଙ୍କ ସହିତ ସମସ୍ତ ପାରିଷଦ, ପାଞ୍ଚଟି ପଞ୍ଚାୟତ ଯଥା କୟଳପଡା, ଇନ୍ଦ୍ରାଣୀପାଟଣା, ବାଣୀପଦା, ନଖରା, ଆଗ୍ରାହାଟ ଆଦି ପଞ୍ଚାୟତର ସମସ୍ତ ଲୋକପ୍ରତିନିଧି ଓ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ୧୧ ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟଙ୍କ ସମେତ ଯୁବ ବିଜେଡ଼ି, ଛାତ୍ର ବିଜେଡ଼ି, ମହିଳା ବିଜେଡି ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଲକ୍ଷ୍ମଣ ରାଉତ ଧନ୍ୟବାଦ ଦେଇଥିଲେ ।