ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ

ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ

ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ରାତି (ଶନିବାର) ପ୍ରାୟ ୧୧ଟା ସମୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ୧୭ଟି ହାତୀ ଗ୍ରାମାଭିମୁଖୀ ହୋଇଛନ୍ତି । ରାତିସାରା ଗାଁ କଡ଼ରେ ଥିବା ଧାନ କ୍ଷେତରେ ବୁଲିବା ସହ ଗାଁ ଆଡ଼କୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଥିଲା । ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ଏଥିରେ ଗ୍ରାମବାସୀମାନେ ବିଫଳ ହେବାରୁ ବନବିଭାଗକୁ ମଧ୍ୟ ଅବଗତ କରିଥିଲେ । ତେବେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚବାରେ ବହୁ ବିଳମ୍ବ ହେବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିବା ଦେଖିବାକୁ ମିଳିଛି । ତେବେ ଗତମାସରେ ଏକ ହାତୀ ଦଳ ଏଠାରେ ଅନେକ କ୍ଷୟକ୍ଷତି କରିବା ସହ ଆଠଗଡ଼ ଜଙ୍ଗଲକୁ ଚାଲିଯାଇଥିଲେ । ମାତ୍ର ଏବେ ସେହିହାତୀ ଫେରିଥିବା ଗ୍ରାମବାସୀ କହିଛନ୍ତି । ତେବେ ଏ ନେଇ ବନବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ