ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ

ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ

ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ


କଟକ(ଏନ୍‌.ଏମ୍‌.): କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ହୋଇଥିବା ବାଇକ୍ ଓ ସାଇକେଲ୍‌କୁ ଉଦ୍ଧାର କରି ସ୍ୱତନ୍ତ୍ର ମେଳାରେ ମାଲିକମାନଙ୍କୁ ହସ୍ତାନ୍ତର କରିବା ପରେ ଆଜି ଶତାଧିକ ମୋବାଲ୍‌କୁ ଫୋନ୍ ଫେରସ୍ତ କରିଛି କମିଶନରେଟ ପୁଲିସ । ଚୋରି ଓ ହଜିଯାଇଥିବା ମୋବାଇଲଗୁଡିକୁ ଜବତ ପରେ ତାହାର ମାଲିକମାନଙ୍କୁ ମୋବାଇଲ ମେଳା ମାଧ୍ୟମରେ କଟକ କମିଶନରେଟ ପୁଲିସ ଆଜି ଫେରାଇଛି । ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ମେଗା ମୋବାଇଲ ହସ୍ତାନ୍ତର ମେଳା ମାଧ୍ୟମରେ କଟକ ଅର୍ବାନ ପୁଲିସର ବିଭିନ୍ନ ଥାନାମାନଙ୍କରୁ ଜବତ ହୋଇଥିବା ମୋଟ ୧୧୩ ଟି ମୋବାଇଲକୁ ତାହାର ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବାଧିକ ବିଡ଼ାନାସି ଥାନାରୁ ୨୭ ଟି ମୋବାଇଲ ରହିଥିବା ବେକେ ଅନ୍ୟ ଥାନାମାନଙ୍କରୁ ଜବତ ହୋଇଥିବା ମୋବାଇଲ ସବୁ ଏଥିରେ ରହିଛି । ହସ୍ତାନ୍ତର କାର୍ଯ୍ୟକ୍ରମରେ ଆନୁମାନିକ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ମୋବାଇଲ ଫେରାଯାଇଥିଲା । ବିଭିନ୍ନ ଥାନା କର୍ମଚାରୀମାନେ ବହୁ କଷ୍ଟରେ ବିଭିନ୍ନ ଅଞ୍ଚଳରୁ ଏହି ମୋବାଇଲଗୁଡିକୁ ବହୁ ପରିଶ୍ରମ କରି ଜବତ କରିଥିବା କଥା କହିଛନ୍ତି କଟକ ଡ଼ିସିପି ପ୍ରତୀକ ସିଂ । ଏହା ସହ କମିଶନରେଟ ପୁଲିସ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଡ୍ରାଇଭ ମାଧ୍ୟମରେ ଗାଡି ,ମୋବାଇଲ ଓ ଅନ୍ୟ ଜବତ ସାମଗ୍ରୀ ତାହାର ପ୍ରକୃତ ମାଲିକମାନଙ୍କୁ ଫେରାଯିବ ବୋଲି କହିଛନ୍ତି । ଅନ୍ୟପଟେ ନିଜର ଚୋରି ହୋଇଯାଇଥିବା ଓ ହଜିଯାଇଥିବା ମୋବାଇଲ ପାଇ ବେଶ୍ ଖୁସି ଅଛନ୍ତି ମୋବାଇଲ ମାଲିକ । ସୂଚନାଯୋଗ୍ୟ ଗତ ୧୪ ତାରିଖରେ ଏକ ମେଳାରେ ଉଦ୍ଧାର ହୋଇଥିବା ୩୭ ବାଇକ୍‌, ସ୍କୁଟି ଏବଂ ୭ଟି ସାଇକେଲ୍ ଫେରସ୍ତ କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ