ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ !

ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ !

ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ !


ନରସିଂହପୁର (ଏନ୍‌.ଏମ୍‌.): ନରସିଂହପୁର ବ୍ଲକର ଚାଷ ଜମିକୁ ଜଳସେଚନ ସୁବିଧା ମିଳୁନଥିବା ଅଭିଯୋଗରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ନରସିଂହପୁର ଅଞ୍ଚଳରେ ଚାଷ ଜମିକୁ ଜଳସେଚନ ନିମନ୍ତେ ୩୭୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ବୃହତ ଜଳସେଚନ ପ୍ରକଳ୍ପ ବର୍ଷା ଅଭାବ ସମୟରେ ଏହି ପ୍ରକଳ୍ପ ଚାଷ ଜମିକୁ ପାଣି ଯୋଗାଇବ ମାତ୍ର ପ୍ରକଳ୍ପ ଅଛି କିନ୍ତୁ ଜମିକୁ ପାଣି ନାହିଁ ଚାଷ ଜମି ପଡିଆ ପଡିଛି । ଯାହା ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ବୋଲି ଚାଷୀଙ୍କ ପକ୍ଷରୁ ଏନେଇ ବିଡିଓ ଏବଂ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛି ଏକଡାଳ ଗୋକୁଳାନନ୍ଦ ଜୀୟୁ ସ୍ୱେଚ୍ଛାସେବୀ ସଂଗଠନ । ସ୍ୱେଚ୍ଛାସେବୀ ସଂଗଠନର ଅଭିଯୋଗ ଅନୁଯାୟୀ ଏକଡାଳ ଗ୍ରାମ ପଞ୍ଚାୟତର କୃଷକ ମାନେ ବିଶେଷ ଭାବେ ଗରିବ ଶ୍ରେଣୀର ଓ ନାମମାତ୍ର ଚାଷୀ ସମସ୍ତେ ଚାଷୀ ବିଶେଷ ଭାବେ କୃଷି ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଏଠି କେବଳ ଚାଷକୁ ଛାଡିଦେଲେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ ପ୍ରାୟତଃ ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଏଠାକାର ଚାଷୀ ମାନଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରି ଅନେକ ସମୟରେ ମରୁଡିର ସମ୍ମୁଖୀନ ହେଉଥିଲେ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଚାଷୀ ମାନଙ୍କର ଆର୍ôଥକ ସ୍ଥିତିରେ ସୁଧାର ପାଇଁ ଓ ମରୁଡିକୁ ରୋକିବା ପାଇଁ ମହାନଦୀର ପାଣିକୁ ବୃହତ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟ ସରକାର ମହତ ଉଦ୍ଦେଶ୍ୟ ରଖି ନରସିଂହପୁର ବ୍ଲକର ଚାଷୀମାନଙ୍କ ପାଇଁ ବୃହତ ଜଳ ପ୍ରକଳ୍ପ ଯୋଜନାରେ ଚାଷୀମାନଙ୍କ ଉନ୍ନତି ପାଇଁ ଜଳେଯାଗାଣର ବ୍ୟବସ୍ଥା କରିଥିଲେ । ବ୍ୟୟ ବରାଦରେ ୯ଟି ସ୍ଥାନରେ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଉକ୍ତ ବୃହତ ଜଳସେଚନ ପ୍ରକଳ୍ପ ଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ୨୦୧୯ ମସିହା ଫେବୃୟାରୀ ୨୩ତାରିଖରେ ବୃହତ ଜଳପ୍ରକଳ୍ପଟିକୁ ଉଦଘାଟନ କରିଗଲା କିନ୍ତୁ ଏବେ ଚାଷୀମାନେ ତାର ସୁଫଳ ପାଇପାରୁ ନାହାନ୍ତି । କାରଣ ପ୍ରକଳ୍ପ ମାଧ୍ୟମରେ ପାଣି ଚ୍ୟାମ୍ବର ପଏଣ୍ଟ ଗୁଡିକ ବିଶେଷ ଭାବେ ଖାଲ ଜମି ଗୁଡିକରେ ଦିଆଯାଇଛି । ଢିପ ଜମି ଗୁଡିକରେ ପାଣି ଚ୍ୟାମ୍ବର ପଏଣ୍ଟ ଦିଆଯାଇ ନାହିଁ । ଏହା ଦ୍ୱାରା ଏକଡାଳ ଗ୍ରାମପଞ୍ଚାୟତ ଓ ନରସିଂହପୁର ବ୍ଲକର ହଜାର ହଜାର ଏକର ଚାଷଜମିକୁ କୌଣସି ଜଳସେଚନର ବ୍ୟବସ୍ଥା କରାଯାଇ ନଥିବାରୁ ଉକ୍ତ ବିଷୟଟିକୁ ଗୋକୁଳାନନ୍ଦ ଜୀଉ ସ୍ୱେଚ୍ଛାସେବୀ ସଂଗଠନ ଓ ଏକଡାଳ ଗ୍ରାମବାସୀଙ୍କ ତରଫରୁ ପୂର୍ବରୁ ଦରଖାସ୍ତ ମାଧ୍ୟମରେ ଅବଗତ କରିଥିଲେ । ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାର କୌଣସି ସୁଫଳ ମିଳିଲା ନାହିଁ । ଏବେ ସ୍ୱଳ୍ପ ବର୍ଷା କାରଣରୁ ଅଞ୍ଚଳବାସୀ ଏବେ ସମ୍ପୂଣ୍ଣ ଭାବେ ମରୁଡିର ସମ୍ମୁଖୀନ ହେବାକୁ ଯାଉଥିବା ଅଭିଯୋଗ ହୋଇଛି । ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ଯେଉଁ ଜମି ଗୁଡିକରେ ପାଣି ଚ୍ୟାମ୍ବର ପଏଣ୍ଟ ବସାଯାଇଛି ଉକ୍ତ ପଏଣ୍ଟ ଗୁଡିକରେ ଠିକ ଭାବେ ଜଳ ଯୋଗାଣର ବ୍ୟବସ୍ଥା କରିବା, ଏକଡାଳ ଗ୍ରାମପଞ୍ଚାୟତ ସମେତ ନରସିଂହପୁର ବ୍ଲକକୁ ମରୁଡି ଘୋଷଣା କରି ଚାଷୀ ମାନଙ୍କୁ ମରୁଡି ସହାୟତା ଘୋଷଣା ପ୍ରଦାନ କରାଯିବା, ଢିପ ଜମି ଗୁଡିକରେ ଖୁବ ଶ୍ରୀଘ୍ର ପାଣି ଚ୍ୟାମ୍ବର ପଏଣ୍ଟ ବସାଇ ଜଳସେଚନର ବ୍ୟବସ୍ଥା କରାଇବା ଆଦି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଗୋକୁଳାନନ୍ଦ ଜୀଉ ସ୍ୱେଚ୍ଛାସେବୀ ସଂଗଠନ ଓ ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋକୁଳାନନ୍ଦ ଜୀଉ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସୁନୀଲ କୁମାର ପାଣି, ସଞ୍ଜୟ କୁମାର ପଣ୍ଡା, ଦୁର୍ଯ୍ୟୋଧନ ରାଉତଙ୍କ ସମେତ ଏକଡାଳ ଗ୍ରାମପଞ୍ଚାୟତର ଚାଷୀ ସମୂହ ଏକ ଦାବିପତ୍ର ନରସିଂହପୁର ବିଡିଓ ପ୍ରଦୀପ କୁମାର ସାହୁ ଏବଂ ତହସିଲଦାର ଆଲୋକ ରଞ୍ଜନ ଦେହୁରୀଙ୍କୁ ପ୍ରଦାନ କରିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ