ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଠକ, ଚୋର, ଲୁଟେରା ତଥା ଅସାମାଜିକ ବ୍ୟକ୍ତିଙ୍କ ରାଜଧାନୀ ପାଲଟିଛି କଟକ । କେତେବେଳେ ଘରେ ପଶି କଳା କଳା ବୁଲାଉଛନ୍ତି ତ ଆଉ କେତେବେଳେ ମାରଣାସ୍ତ୍ର ଦେଖାଇ ଝାମ୍ପିନେଉଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଠାରେ ଅପରାଧ ସେତିକିରେ ସୀମିତ ନାହିଁ । ଲୋକଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିନେବାରେ ମାହିର ବ୍ୟକ୍ତିମାନେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରି ସାରିଲେଣି । କିନ୍ତୁ ସେମାନଙ୍କୁ ଏବେ ଧରିବା ପାଇଁ କମିଶନରେଟ ପୁଲିସ ମଧ୍ୟ ବେଶ ତତ୍ପରତା ଦେଖାଇଛି । ଆଜି ଏକ ବିରାଟ ଠକ ଦଳକୁ ଧରିବାରେ କମିଶନରେଟ ପୁଲିସକୁ ମିଳିଛି ବଡ ସଫଳତା । କମିଶନରେ ପୁଲିସ ଠକ ରାକେଟକୁ ଧରିଛି ଯେଉଁମାନେ ଚାକିରି କରେଇଦେବା ନାଁରେ ୫୩ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ମାମଲାରେ ୬ଜଣ ଅଭିଯୁକ୍ତଙ୍କ ଗିରଫ କରିବା ସହ ପୁଲିସ ୯୮୦ଗ୍ରାମର ସୁନା, ଜାଲ ନିଯୁକ୍ତିପତ୍ର ମଧ୍ୟ ଜବତ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତର ଘର କଟକ ଜିଲ୍ଲା ବଡମ୍ବାର ଅଞ୍ଚଳର । ବିଭିନ୍ନ ଜିଲ୍ଲାରେ ଠକ ନେଟୱର୍କର ଚେର ଲମ୍ବିଥିବା ଆଶଙ୍କା ପ୍ରକାଶ କରିଛି କମିଶନରେଟ ପୁଲିସ । ତେବେ ଏହି ରାକେଟ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରିବା ପରେ ଠକୁ ଥିବା ଜଣାପଡିଛି । ରାକେଟରେ ଆହୁରି ଅଧିକ ବ୍ୟକ୍ତି ଜଡିତ ଥିବା ପୁଲିସ ସହେନ୍ଦ କରି ଛାନଭିନ ଆରମ୍ଭ କରିଛି । ଠକ ରାକେଟ ପର୍ଦ୍ଦା ସମ୍ବନ୍ଧରେ ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ