ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ

ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ

ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ବଦଳିବ ପର୍ଯ୍ୟଟନସ୍ଥଳୀ ରୂପରେଖ ଓ ଗୋଆ ବିଚ୍ ଭଳି ଚନ୍ଦ୍ରଭାଗା ବିଚ୍ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି । ଝଲସି ଉଠିବ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଓ ଏନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ ଅଞ୍ଚଳ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ଚନ୍ଦ୍ରଭାଗା ବୁଲି ଦେଖିଥିଲେ । କୋଣାର୍କକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାଜ୍ୟ ସରକାର ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ପ୍ରାୟ ଏକ କିଲୋମିଟର ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ । ଜୟଦେବ ବାଟିକା ନିକଟରେ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ସେହିଭଳି ଯାନବାହାନ ପାର୍କିଂ ସ୍ଥଳ ନିର୍ମାଣ ହେବ । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ, ଛତା, ଯାନବାହାନ ପାର୍କିଂ ଭେଣ୍ଡିଙ୍ଗ ଜୋନ, ସୁରକ୍ଷା ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା ଆଦି ସୁବିଧା ଉପଲବ୍ଧ ହେବ । ବିଶେଷକରି ସନ୍ଧ୍ୟା ସମୟରେ ବେଳାଭୂମିରେ ପର୍ଯ୍ୟଟକମାନେ କିପରି ଅଧିକ ସମୟ ବିତାଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶେଖ ସଗିର, ଅତିରିକ୍ତ ତହସିଲଦାର ଶରତ ପରିଡ଼ା ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ