ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଅଭିନେତା କରଣ ମେହେରା
ମୁମ୍ବାଇ (ଏଜେନ୍ସି): ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ ହୋଇଛନ୍ତି । ପତ୍ନୀଙ୍କ ପ୍ରତି ହିଂସା ପ୍ରଦର୍ଶନ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ ଆଜି ତାଙ୍କୁ ଗିରଫ କରିଛି । ଗୋରେଗାଓଁ ଥାନାରେ ପୁଲିସ ତାଙ୍କ ବୟାନ ରେକର୍ଡ କରିଛି । ଅନେକ ଦିନ ହେବ କରଣ ମେହେରା ଏବଂ ପତ୍ନୀ ନିଶା ରାଓଲଙ୍କ ମଧ୍ୟରେ ନାନା ଖବର ସାମ୍ନାକୁ ଆସୁଥିଲା । ହେଲେ ଏ ସମ୍ପର୍କରେ କରଣ ଗଣମାଧ୍ୟମକୁ କୌଣସି କଥା କହି ନଥିଲେ । ତେବେ ନିଶା କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ରହିଛି । ମାତ୍ର ଏବେ କରଣ ଗିରଫ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ୨୦୦୮ ମସିହାରେ ହଂସତେ ହଂସତେ ଚଳଚ୍ଚିତ୍ରର ସୁଟିଂ ସେଟରେ କରଣ ମେହେରା ଏବଂ ନିଶା ରାଓଲ ମଧ୍ୟରେ ପ୍ରଥମେ ଉଭୟଙ୍ଗ ସାକ୍ଷାତ ହୋଇଥିଲା । ସେହି ଚଳଚ୍ଚିତ୍ରର ସୁଟିଂ ସେଟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । କରଣ ନିଶାଙ୍କୁ ଦେଖିବା ପରେ ତାଙ୍କୁ ଭଲ ପାଇଥିଲେ । ପରବର୍ତ୍ତୀ ସମୟରେ ଉଭୟେ କିଛି ବର୍ଷ ଡେଟ୍ କରିବା ପରେ ୨୦୧୨ ମସିହାରେ ବିବାହ କରିଥିଲେ । ତେବେ ବିବାହର କିଛି ବର୍ଷ ପରେ ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କର ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି ।