ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ
#ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଜଣେ ଗ୍ରାହକ ଗତ ଫେବୃୟାରୀ ୧୬ତାରିଖରେ ଠକେଇ ଅଭିଯୋଗ କରିଥିଲେ । ତେବେ ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟାଙ୍କ ପରିଚାଳକ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ ଇରମ ମିନି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଜଣକ ଶତାଧିକ ଏସବିଆଇ ଜମାକାରୀଙ୍କ ଏଟିଏମ୍କୁ ଫରଜରି କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଥିଲା । ଏହାକୁ କେନ୍ଦ୍ରକରି ବାସୁଦେବପୁର ପୁଲିସ ତଦନ୍ତ କରିବା ସହିତ ଶାଖା ପରିଚାଳକ ରଞ୍ଜନ କୁମାର ମହାରଣାଙ୍କୁ ଗତ ଗିରଫ କରିଥିଲେ । ପୁଲିସ ଗିରଫ ସମୟରେ ଶତାଧିକ ଏସବିଆଇ ଜମା ଖାତା, ବିଭିନ୍ନ ବ୍ୟକ୍ତିଙ୍କର ୬୦ ଟି ଏସବିଆଇ ଏଟିଏମ୍ କାର୍ଡ, ୨ ଟି ଭିଭୋ ମୋବାଇଲ ଏବଂ ଓଆର୦୨ଇ୮୭୦୦ନମ୍ବର ଯୁକ୍ତ ଏକ ମାରୁତି ସୁଜିକ୍ କାର ଜବତ କରିଛି । ଏ ନେଇ ବାସୁଦେବପୁର ପୁଲିସ ୨,୮୫ ହଜାର ଟଙ୍କା ଠକେଇ ହୋଇଥିବା ଜାଣିବା ପରେ ସମ୍ପୃକ୍ତ ଶାଖା ପରିଚାଳକ ଶ୍ରୀ ମହାରଣାଙ୍କୁ ଧାରା ୪୨୦/୨୯୪/୫୦୬/୩୪ ଆଇପିସି ଅନୁସାରେ କୋର୍ଟ ଚାଲାଣ କରିଛି ।