ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର
୨୩ଟି ପଞ୍ଚାୟତ ସହ ୧୪୯ ଗାଁର ୧ଲକ୍ଷ ୪୭ ହଜାର ୫୪୨ ଜଣ ହେବେ ଉପକୃତ

News by Umakanta Jena Cuttack (Cuttack)

#କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ରାଜ୍ୟର ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇ ପାରିଛି ବୋଲି ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲାଗି ପ୍ରତିବଦ୍ଧ । ଏଥିଲାଗି କଟକ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୧୫୩ କୋଟି ୫୧ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ଲାଗି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ସାଲେପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୧୩ଟି ଗ୍ରାମ ପଞ୍ଚାୟତ, ଟାଙ୍ଗୀ-ଚୌଦ୍ୱାରା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୫ଟି ଗ୍ରାମପଞ୍ଚାୟତ ଓ ଆଠଗଡ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋଟ ୧୪୯ଟି ଗାଁରେ ବସବାସ କରୁଥିବା ପ୍ରାୟ ୧ଲକ୍ଷ ୪୭ ହଜାର ୫୪୨ ଜଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସମସ୍ତ ପ୍ରକଳ୍ପ ଗୁଡିକ ୨୪ ମାସରେ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମାଛୁଆ ବଜାର ସ୍ଥିତ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଜାପାନର ରାଜଧାନୀ ଟୋକିଓ ଗସ୍ତରେ ରହିଥିବାବେଳେ ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ କ୍ୟାବିନେଟରେ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେଥିମଧ୍ୟରେ ଗୋଟିଏ ଏହି ପ୍ରକଳ୍ପର ଅନୁମୋଦନ କରିଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା କଟକବାସୀଙ୍କ ମନ କଥା ବୁଝିଛନ୍ତି । ତେବେ ଉପରୋକ୍ତ ୩ଟି ନିର୍ବାଚନ ମଣ୍ଡଳୀରେ ଥିବା ପାଖାପାଖି ୨୩ ହଜାର ୫ଶହ ୯୯ଘରକୁ ଏହି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ । ୨୦୧୧ ଜନଗଣନା ପରିସଂଖ୍ୟାନ ହିସାବରେ ୨୧ ହଜାର ୪ ଶହ ୭୯ ଆଠଗଡରେ ରହିଥିବା ବେଳେ ୩୦ ହଜାର ୧୫୭ ଚୌଦ୍ୱାର-କଟକ ଏବଂ ୯୫ ହଜାର ୯୦୬ଜଣ ସାଲେପୁର ନିର୍ବାଚନ ମଣ୍ଡଳୀରେ ଜନ ସଂଖ୍ୟା ରହିଥିବା ଜଣାପଡିଛି । ଅହମଦାବାଦର ଏକ କମ୍ପାନୀ ୧୫୩.୫୧ କୋଟି ବ୍ୟୟରେ ଏହି ପ୍ରକଳ୍ପ କରିବେ । ବିନା ଜିଏସଟିରେ ଏହା କରାଯିବ । ଗ୍ରାମାଞ୍ଚଳରେ ଯେଉଁ ପ୍ରକଳ୍ପ ରହିଛି ତାହାକୁ ଏଥିରେ ଯୋଡାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ନାଗରିକଙ୍କୁ ପାନୀୟ ଜଳ ଦିଆଯିବ । ପୁରୀରେ ପ୍ରଥମେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପ ଭେଟି ଦେଇଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ୍‌ୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେଶ ବାହାରେ ଥାଇ ମଧ୍ୟ ଓଡ଼ିଶା କଥା ଚିନ୍ତା କରୁଛନ୍ତି । କଟକର ୩ଟି ନିର୍ବାଚନ ମଣ୍ଡଳୀରେ ୩୦ ହଜାର ପରିବାର ଏବଂ ଦେଢ ଲକ୍ଷ ଜନସାଧାରଣ ଲାଗି ପାଣି ଘରେ ପହଞ୍ôଚବ ବୋଲି ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ