ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ପୁଞ୍ଜି ସମ୍ରାଟ ଗୌତମ ଆଦାନୀଙ୍କ ଅଚଳାଚଳ ସଂପଦ କି ଉପାୟରେ ବଢିଲା? ଓ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଏହାର ଟିକିନିଖି ବିବରଣୀ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟରେ ସମସ୍ତ ବିରୋଧୀ ଦଳ ଏହାର ତଦନ୍ତ ପାଇଁ ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି) ଗଠନ କରିବାକୁ ଦାବି କରି ଆସୁଛନ୍ତି । ୨୦୧୪ରେ ଗୌତମ ଆଦାନୀଙ୍କ ସଂପଦ ୭.୧ ବିଲିୟନ ଡଲାର ବା ପ୍ରାୟ ସେହି କାଳରେ ୫୦ ହଜାର କୋଟି ଟଙ୍କା ଥିଲାବେଳେ ୨୦୨୨ରେ (୧୬ଲକ୍ଷ ୪୦ ହଜାର କୋଟି ଟଙ୍କା) ୨୦୦ ବିଲିୟନ ଡଲାରରେ ପହଞ୍ôଚବା ପଛରେ କି ରହସ୍ୟ ରହିଛି । ଫୋବର୍ସ ରିପୋର୍ଟରେ ପ୍ରକାଶ ଯେ, ୨୦୧୪ରେ ଗୌତମ ଆଦାନୀ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୦୯ ନମ୍ବର ଥିଲାବେଳେ କିଭଳି ୨୦୨୨ରେ ବିଶ୍ୱର ଦୁଇ ନମ୍ବର ଧନୀ ବ୍ୟକ୍ତି ହୋଇପାରିଲେ ତାହାକୁ ନେଇ ସାରା ଦେଶରେ ପ୍ରଶ୍ନ । ତେଣୁ ଏହି ଜାଲ କାରବାର ପାଇଁ ତଦନ୍ତ କରାଯିବାକୁ ସି.ପି.ଆଇ.(ଏମ୍‍) କଟକ ଜିଲ୍ଲା ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ଓ ସି.ପି.ଆଇ.(ଏମ୍‍) କଟକ ଜିଲ୍ଲ୍‍ା ସମ୍ପାଦକ ବଦ୍ରି ନାରାୟଣ ଦାଶ ଦାବି କରିଛନ୍ତି ।
ସିପିଆଇଏମର ଅଭିଯୋଗ ଅନୁଯାୟୀ, ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମୋଦି କେତେକ ଦେଶକୁ ଯାଇଛନ୍ତି, ଯେଉଁ ଦେଶରୁ ଗୌତମ ଆଦାନୀ କଣ୍ଟ୍ରାକ୍ଟ ପାଇଛନ୍ତି । ବଙ୍ଗଳାଦେଶ, ଶ୍ରୀଲଙ୍କା, ଇସ୍ରାଏଲ, ଅଷ୍ଟ୍ରେଲିଆ ଦେଶରୁ କଣ୍ଟ୍ରାକ୍ଟ ପାଇବା ସହିତ ଭାରତର ବଡ଼ ବଡ଼ ଛଅଟି ବିମାନବନ୍ଦରକୁ ମଧ୍ୟ କରାୟତ କରିପାରିଲେ । ଏହି ସବୁ ବିମାନ ବନ୍ଦର ଲାଭରେ ଚାଲୁଥିଲା । ବର୍ତ୍ତମାନ ଏହି ବିମାନ ବନ୍ଦରର ଲାଭାଂଶ ଗୌତମ ଆଦାନୀଙ୍କ ହାତକୁ ଯାଇଛି । ଏହା ବ୍ୟତୀତ ପୋତାଶ୍ରୟ, ବକ୍ସସାଇଟ୍‍ ଖଣି, ପ୍ରତିରକ୍ଷା ଉତ୍ପାଦନ ମଧ୍ୟ ଆଦାନୀଙ୍କ ହାତକୁ ଯାଇଛି । ୨୦୧୭ ମସିହାଠାରୁ ୨୦୨୨ ମଧ୍ୟରେ ମରିସସ୍‍ ସ୍ଥିତ ଗୌତମ ଆଦାନୀଙ୍କ ଜାଲ କମ୍ପାନୀ ଜରିଆରେ ସୁଇଜରଲ୍ୟାଣ୍ଡ, ଚୀନର କେତେକ ବ୍ୟକ୍ତିଙ୍କ ପାଖରୁ ପ୍ରାୟ କୋଡିଏ ହଜାର କୋଟି ଟଙ୍କା ଆଦାନୀଙ୍କ କମ୍ପାନୀକୁ ଆସିଛି । ଏ ଟଙ୍କା କାହାର? କାହାର ସ୍ୱାର୍ଥ ଏଥିସହିତ ଜଡି ଅଛି? ଏସବୁର ଜେପିସି ତଦନ୍ତ ଦରକାର । ପୁନଶ୍ଚ ବିରୋଧି ଦଳମାନେ ଓ ରାହୁଳ ଗାନ୍ଧୀ ପାର୍ଲାମେଣ୍ଟରେ ଏହି ଦାବି କରିବାରୁ ଅଦାଲତ ଜରିଆରେ ରାହୁଳ ଗାନ୍ଧୀଙ୍କୁ ପାର୍ଲାମେଣ୍ଟରୁ ପଦଚ୍ୟୁତ କରାଯାଇଛି ଓ ଦୁଇବର୍ଷ ଜେଲ ଦଣ୍ଡ ଆଦେଶ ହୋଇଛି ବୋଲି ସିପିଆଇଏମ ନେତାମାନେ ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ଶାସକ ବିଜେପି ଦଳ ପାର୍ଲାମେଣ୍ଟକୁ ଚଳାଇବାକୁ ଦେଉନାହିଁ । ଇଲେକ୍‍ଟୋରାଲ ବଣ୍ଡ, ପି.ଏମ. କେୟାର ଫଣ୍ଡ ଭଳି ବ୍ୟବସ୍ଥା ଜରିଆରେ ବିଜେପି ହଜାର ହଜାର କୋଟି ଟଙ୍କା ସଂଗ୍ରହ କରି ତାକୁ ବ୍ୟୟ କରି ନିର୍ବାଚିତ ସରକାରକୁ ଭାଙ୍ଗିବା, ଏମ.ଏଲ.ଏ.ମାନଙ୍କୁ ଭୟଭୀତ କରାଇ ଟଙ୍କା ବିନିମୟରେ ସରକାର ଗଢିବା ଓ ରାଜ୍ୟପାଳଙ୍କ ଜରିଆରେ ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ଅସ୍ଥିର କରିବା ସହ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ଦେଶ ବିରୋଧି ବୋଲି ଆଇନମନ୍ତ୍ରୀ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସିପିଆଇଏମ ପକ୍ଷରୁ କୁହାଯାଇଛି । ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ବିଚାର ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଶାସକଦଳ ଆଗେଇ ଚାଲିଛି । ତା’ ବିରୋଧରେ ଦେଶବାସୀ ଆଗେଇ ଆସିବାକୁ ସି.ପି.ଆଇ.(ଏମ୍‍) ପକ୍ଷରୁ ଆହ୍ୱାନ ଦିଆଯାଇଛି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରତାପ ମହାପାତ୍ର, ବିଷ୍ଣୁ ବେହେରା, ଜିଲ୍ଲା କମିଟି ସଭ୍ୟ ଇଂ ମନମୋହନ ପତି, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ