ଗୋପ ବ୍ଲକରେ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା
କୋଣାର୍କ (ଏନ୍.ଏମ୍.): କୋଣାର୍କ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ କାକଟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଳକର ୧୪ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୩ଟି ଗ୍ରାମ ପଞ୍ଚାୟତର ଦଳୀୟ ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣା ନିମନ୍ତେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ ୧୩ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିଛନ୍ତି । ଶାସକ ବିଜେଡି ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ ବଡଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ôଥନୀ ଭାବେ ସୁଭଦ୍ରା ପ୍ରଧାନ, ସମିତି ସଭ୍ୟ ବିଜୟା ନନ୍ଦ କରଣ, ବନାଖଣ୍ଡି ସରପଞ୍ଚ ପ୍ରାର୍ôଥନୀ ଭାବେ ସୁଚିସ୍ମିତା ନାୟକ, ସମିତି ସଭ୍ୟା ଗୀତାଞ୍ଜଳି ମଲ୍ଲିକ, ସୁତନ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ôଥନୀ ଭାବେ ମେନକା ବେହେରା, ସମିତି ସଭ୍ୟ କାଶିନାଥ ନାୟକ, ତରକୋର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସୁଶାନ୍ତ ପରିଡା, ସମିତି ସଭ୍ୟ ଗାୟତ୍ରୀ ମାହାରୀ, ଅଚ୍ୟୁତପୁର ସରପଞ୍ଚ ପ୍ରାର୍ôଥନୀ ଭାବେ ରଶ୍ମିତା ଶତପଥୀ, ସମିତି ସଭ୍ୟା ବିନୋଦିନୀ ସ୍ୱାଇଁ, ବିରିତୁଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ôଥନୀ ଭାବେ କନକଲତା ସେଠୀ, ସମିତି ସଭ୍ୟ କୌଳାସ ଚନ୍ଦ୍ର ଭୋଇ, ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଶୀର୍ଷ ରଂଜନ ନାୟକ, ସମିତି ସଭ୍ୟ ବିଜୟ କୁମାର ନାୟକ, ସିମିଳି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ବିଜୟ କୁମାର ସେଠ, ସମିତି ସଭ୍ୟା ମିନତୀ ସାହୁ, ବଉଲାଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନରହରି ଦଳାଇ, ସମିତି ସଭ୍ୟା ବନିତା ପ୍ରଧାନ, ଜଙ୍ଗଲବୋରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ôଥନୀ ଭାବେ ସୁମନା ସାହୁ, ସମିତି ସଭ୍ୟ ତାରିକ ହାଜାତ ବେଗ, ଧୂମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ôଥନୀ ଭାବେ ମୋନାଲିସା ସିଂ, ସମିତି ସଭ୍ୟ ଭାନୁମତୀ ମାଣିକ, ଦେସ୍ଥଳୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ôଥନୀ ଭାବେ ରିଶନା ସ୍ୱାଇଁ, ସମିତି ସଭ୍ୟା ମୋହିନୀ ନାୟକ ଏବଂ ଇଶାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ତ୍ରିଲୋଚନ ସ୍ୱାଇଁ ଓ ସମିତି ସଭ୍ୟ ଭାବେ ତ୍ରିଲୋଚନ ପରିଡାଙ୍କୁ ବିଜେଡି ଦଳ ସମର୍ôଥତ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହି ତାଲିକାରୁ ବାଦ ପଡିଥିବା ସୋରଭା ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ତାଲିକା ଖୁବଶୀଘ୍ର ଘୋଷଣା କରାଯିବ ବୋଲି ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଦଳାଇ ପ୍ରକାଶ କରିଛନ୍ତି । ଏହି ବୈଠକରେ କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।