ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ

News by B.Mishra (Cuttack)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଗାଁସାଥୀ (ମେଟ୍‌)ଙ୍କ ଦାବି ପୂରଣ ପ୍ରସଙ୍ଗରେ କଥା ଦେଇ କଥା ରଖୁ ନାହାଁନ୍ତି ସରକାର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗାଁସାଥୀଙ୍କୁ ବିଧିବଦ୍ଧ ସରକାରୀ ମିଳିତ ବୈଠକରେ ମାସିକ ୮ ହଜାର ଟଙ୍କାର ପ୍ରତିଶ୍ରୁତି ଦେଇ ଶେଷଯାଏ କଥା ରଖିପାରି ନଥିଲେ । ଠିକ୍ ସେହିପରି ଏବେକାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଚଳିତ ସେପ୍ଟେମ୍ବରରେ ଗାଁସାଥୀଙ୍କ ଆନ୍ଦୋଳନକୁ ସମ୍ମାନ ଦେଇ ସଂଘ ପ୍ରତିନିଧି ଦଳକୁ ଡାକି ଆଲୋଚନା କଲେ । ସେହି ଆଲୋଚନାରେ ଯାହାଯାହା କଥା ଦେଲେ ତାହାକୁ ସମୟାନୁସାରେ ରକ୍ଷା ନକରିବାରୁ ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଅଭିନବ ଧାରାରେ ଗଣତାନ୍ତ୍ରିକ ଆନ୍ଦୋଳନ ସଂଘ ତରଫରୁ ଜାରି ରହିଛି । ସେହି ନ୍ୟାୟରେ ଧାରଣାସ୍ଥଳରେ ସଂଘର ରାଜ୍ୟ କର୍ମକର୍ତ୍ତାମାନେ ଅନଶନରେ ବସିବା ସହିତ ୨ଜଣ ଗାଁସାଥୀ ସଂଗଠକ ଚକୁଳିଆ ପଣ୍ଡା ଭାବରେ ନିଜର ବେଶଭୂଷା ଧାରଣ କରି ସାରା ଓଡ଼ିଶାର ଗାଁସାଥୀ (ମେଟ୍‌)ଙ୍କ ଦାବି ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମାସିକ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ଓ ଗାଁସାଥୀ(ମେଟ୍‌)ଙ୍କ ପାଇଁ ଥିବା ୯ଟି ସାକାରାତ୍ମକ ଚିଠିର ସଠିକ୍ କ୍ରିୟାନ୍ୱୟନ ଆଦି ୨ଦଫା ଦାବିରେ ସଂଘ ଆନ୍ଦୋଳନ ଜାରି ରଖିଛି । ଯଦି ସରକାର ଏପରି ମନମାନି ଓ ଅଣଦେଖା ଜାରି ରଖନ୍ତି, ତେବେ ସଂଘ ତରଫରୁ ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ ଆନ୍ଦୋଳନକୁ ଖୁବ୍‌ଶୀଘ୍ର ବ୍ୟାପକ କରାଯିବା ପାଇଁ ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବିଶ୍ୱଳଙ୍କ ସହିତ ଗାଁସାଥୀ ସଂଗଠକ ବିବେକାନନ୍ଦ ଠାକୁର, ନୟନା ନାୟକ, ମିନା ସିଂହ, ଖଗେଶ୍ୱର ନାୟକ, ସୁରେଶ ଚନ୍ଦ୍ର ସାମଲ, ମୁକୁନ୍ଦ ମହାନ୍ତ, ଭାବଗ୍ରାହୀ ମହାନ୍ତ, ବିମଳ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି