ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କରକମଳରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ର ପାଠ୍ୟପୁସ୍ତକ ରାଜ୍ୟର ୩୧୪ ବ୍ଲକ୍‌କୁ ଯୋଗାଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱତୀ ଏସ୍‌, ଆଇ.ଏ.ଏସ୍‌, ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁରାମ ଆୟାର ଉପସ୍ଥିତ ରହିଥିଲେ । ଏହି ଉଦ୍‌ଘାଟନ ଦିବସରେ ପ୍ରଥମକରି ତୀର୍ଥାଞ୍ଚଳ ଯଥା ପୁରୀ ଓ କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲା ସହିତ ଅନ୍ୟ ୧୫ ଗୋଟି ବ୍ଲକ୍‌କୁ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇଛି । ଏହି ପୁସ୍ତକ ଯୋଗାଣ କାର୍ଯ୍ୟକୁ ଆଖିଆଗରେ ରଖି ଆସନ୍ତା ମାର୍ଚ୍ଚ ଶେଷସୁଦ୍ଧା ପାଠ୍ୟପୁସ୍ତକ ବିତରଣର ପରିସମାପ୍ତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ୱାରା ଶିକ୍ଷାବର୍ଷ ଏପ୍ରିଲ ମାସ ଆରମ୍ଭରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କ ପାଖରେ ପୁସ୍ତକଗୁଡ଼ିକ ପହଞ୍ଚି ପାରିବ । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ ୨.୫ କୋଟି ଏବଂ ଅନ୍ୟ ପାଠ୍ୟପୁସ୍ତକ ୧.୫ କୋଟି ଖଣ୍ଡ ବିତରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିତରଣ ନିମନ୍ତେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଅଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି