ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବଣ୍ଟନ
ଜଗତପୁର(ଏନ୍.ଏମ୍.): ପବିତ୍ର ମହାଶିବ ରାତ୍ରୀ ଜାଗର ଉପଲକ୍ଷେ ନିମପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଗଜାନନ ସେବା ସମିତି ପକ୍ଷରୁ ବହୁ ପୁରାତନ ଶୌବପୀଠ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଛି । ଏଥି ସହିତ ମନ୍ଦିର ପରିସରରେ କରୋନା କଟକଣା ଅନୁପାଳନ କରିବା, ମାସ୍କ ପରିଧାନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା । ସଂଗଠନ ସଭାପତି କାହ୍ନୁ ଚରଣ ପଣ୍ଡା, ସୌମ୍ୟରଞ୍ଜନ ପଣ୍ଡା, ଦେବେନ୍ଦ୍ର ଦଳାଇ, ପ୍ରଶାନ୍ତ ପାଇକ, ପ୍ରଦୀପ ବାରିକ, ସୋମନାଥ ତରାଇ, ସମୀର ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନା ଯୋଗ୍ୟ ଯେ, ଗଜାନନ ସେବା ସମିତି ପକ୍ଷରୁ ପ୍ରତିବର୍ଷ ରକ୍ତଦାନ ଶିବିର, ଜଳ ଛତ୍ର, ସଫେଇ କାର୍ଯ୍ୟକ୍ରମ, ଭିକ୍ଷୁକ ମାନଙ୍କୁ ବସ୍ତ୍ର ବିତରଣ ଭଳି ସେବାକାର୍ଯ୍ୟ କାର୍ଯ୍ୟକ୍ରମ କରାଯାଏ । ସେଥିପାଇଁ ଅନୁଷ୍ଠାନର ସଦସ୍ୟମାନେ ନିଜ ଭିତରେ କିଛି ଅର୍ଥ ଆଦାୟ କରି ଏହି ସବୁ ଜନମଙ୍ଗଳ କାର୍ଯ୍ୟ କରିଥାନ୍ତି ।